ପଥର ଖାଦାନରେ ଦୁର୍ଘଟଣା: ମାଟି ଅତଡା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ

add-all

ଯାଜପୁର : ବେଆଇନ କଳାପଥର ଖାଦାନରୁ ଖସି ପଡି ୨ଜଣ ଶ୍ରମିକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଲୁଣିବର କଳାପଥର ଖାଦାନରେ। ଆଜି ସକାଳେ ଖାଦାନରେ ମେସିନ ସାହାଯ୍ୟରେ କାମ କରୁଥିବା ବେଳେ ଅତଡା ଖସି ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଶ୍ରମିକ ଦ୍ବୟ ହେଲେ ଜେନାପୁର ଥାନା ଗେଙ୍ଗୁଟିଆ ଗ୍ରାମର ଅପୁ ରାଉତ ଏବଂ କେନ୍ଦୁଝର ଜିଲ୍ଲା ତେଲକୋଇ ଗ୍ରାମର ଶାନ୍ତନୁ ଖିଲାର। ଉଭୟ ମେସିନର ଡ୍ରାଇଭର ଓ ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ଆଜି ଖାଦାନରେ କାମ କରୁଥିବା ସମୟରେ ମେସିନ ସହ ତଳକୁ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ଖବର ପାଇ ପୋଲିସ ଏବଂ ତହସିଲ ପ୍ରଶାସନ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.