୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବରିଷ୍ଠ ସହାୟକ

add-all

ନୂଆପଡା: ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ରେଡ୍‌ କରୁଛି ଭିଜିଲାନ୍ସ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ।

ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତଙ୍କ ପେନସନ କାଗଜ କରେଇଦେବା ନାଁରେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଫରେଷ୍ଟ ଗାର୍ଡ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣେଇଥିଲେ। ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ମାଡିବସି ବରିଷ୍ଠ ସହାୟକ ସଞ୍ଜୟ ବାଗକୁ ଗିରଫ କରିଛି। ବରିଷ୍ଠ ସହାୟକଙ୍କ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ମିଶନ ସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।

ad-week
Leave A Reply

Your email address will not be published.