ଶୃଙ୍ଗାରଗୌରୀ ପୂଜା ପ୍ରସଙ୍ଗରେ ମୁସଲମାନ ପକ୍ଷର ଆବେଦନ ଆହ୍ଲାବାଦ ହାଇକୋର୍ଟରେ ଖାରଜ

newyr25

ଆହ୍ଲାବାଦ : ବାରଣାସୀରେ ମା’ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ମାମଲାରେ ମୁସଲମାନ ପକ୍ଷ ପକ୍ଷରୁ ଦାୟର ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା କରିବା ପାଇଁ ଅନୁମତି ଲୋଡ଼ି ରାକ୍ଷୀ ସିଂହ ଅନ୍ୟ ୪ ଜଣ ମହିଳା ବାରାଣାସୀ କୋର୍ଟରେ ଏକ ପିଟିସନ୍ ଦାଖଲ କରିଥିଲେ ।
ଗତ ବର୍ଷ ସେପ୍ଟେମ୍ବର ମାସରେ ଶୃଙ୍ଗାରଗୌରୀରେ ନିୟମିତ ପୂଜା ଅଧିକାର ନେଇ ବାରଣାସୀ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରିଥିବା ଏକ ପିଟିସନର ଶୁଣାଣି ହୋଇଥିଲା। ଜିଲ୍ଲା ଅଦାଲତ କହିଥିଲେ ଯେ ଆବେଦନକାରୀ ମହିଳାଙ୍କ ଦାବି ପୂଜାସ୍ଥଳୀ ଆଇନ, ୧୯୯୧ ପରିସର ବାହାରେ ରହିଛି ।
୨୦୨୨ ଡିସେମ୍ବର ୨୩ତାରିଖରେ ଆହ୍ଲାବାଦ ହାଇକୋର୍ଟ ବାରାଣସୀର ଜ୍ଞାନବାପୀଠାରେ ଶୃଙ୍ଗାରଗୌରୀଙ୍କ ନିୟମିତ ପୂଜା ଅଧିକାର ପ୍ରସଙ୍ଗରେ ରାୟ ସଂରକ୍ଷିତ ରଖିଥିଲେ । ବାରଣାସୀର ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ଦ୍ୱାରା ଦାୟର ରିଭ୍ୟୁ ପିଟିସନର ଶୁଣାଣି କରି ଜଷ୍ଟିସ ଜେଜେ ମୁନିର ନିଜ ରାୟ ସଂରକ୍ଷିତ ରଖିଥିଲେ ।
ସୂଚନାଯୋଗ୍ୟ ଯେ, ବାରଣାସୀ ଜିଲ୍ଲା ଜଜଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମୁସଲମାନ ପକ୍ଷ ପକ୍ଷରୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାରେ କମିଟି ପକ୍ଷରୁ ବାରଣାସୀ କୋର୍ଟରେ ଏକ ଆପତ୍ତି ଦାଖଲ କରାଯାଇଥିଲା, ଯାହାକୁ ୨୦୨୨ ସେପ୍ଟେମ୍ବର ୧୨ରେ ବାରଣାସୀ ଅଦାଲତ ଖାରଜ କରିଦେଇଥିଲେ। ଏହା ବିରୋଧରେ ମୁସଲମାନ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ।

Leave A Reply

Your email address will not be published.