ପରୀକ୍ଷାରେ କମ୍ ମାର୍କ ରହିଲା ବୋଲି ଜଣେ ୩ ମହଲା ଉପରୁ ଓ ଅନ୍ୟଜଣେ ନଦୀକୁ ଡେଇଁଲେ

add-all

ବାଲେଶ୍ୱର :ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ମାର୍କ କମ୍‌ ରହିବାରୁ ମାନସୀକ ଭାରସାମ୍ୟ ହରାଇ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୋଟିଏ ଘଟଣା ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି। ଆଜି ପରୀକ୍ଷା ଫଳ ପ୍ରକାଶର କିଛି ସମୟ ପରେ ଏହି ଘଟଣା ଘଟିଛି।

ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ଏନଏସି ସିମୁଳିଆ ଅଞ୍ଚଳର ଯୁକ୍ତ ୨ ଛାତ୍ରୀ ଜଣକ ନିଜ ୩ ମହଲା କୋଠା ଉପରୁ ଡେଇଁ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନୀଳଗିରି ହସ୍ପିଟାଲ ପରେ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆଜି ପ୍ରକାଶିତ ରେଜଲ୍ଟରେ ସେ ସେକେଣ୍ଡ କ୍ଲାସରେ ଉତ୍ତୀର୍ଣ୍ଣ ହୋଇଥିଲେ। ଯାହା ପରେ ସେ ମାନସୀକ ଭାରସାମ୍ୟ ହରାଇ ତାଙ୍କ ଘରର ତିନି ମହଲା କୋଠାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି।

ସେହିପରି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୮୭ ପ୍ରତିଶତ ମାର୍କ ରଖିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ମେଂଢପୁର ଅଞ୍ଚଳର ଛାତ୍ରୀ ପଟ୍ଟାମୁଣ୍ଡାଇ ଦାଣ୍ଡିସାହି ନିକଟ ବ୍ରାହ୍ମଣୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ଥାନୀୟ ଲୋକେ ଛାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ ବାହିନୀ ସହାୟତା ନେଇ ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.