ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି…

add-all

ଭୁବନେଶ୍ୱର :ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସଂପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପ୍ରିଭେନସନ୍‌ ଅଫ୍‌ ମନିଲଣ୍ଡରିଂ ଆଇନ୍‌ ବଳରେ ଇଡି ସମ୍ପତ୍ତି ଆଟାଚ୍‌ କରିଛି। ଆୟବହିର୍ଭୂତ ସଂପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଏବେବି ଜାରି ରଖିଛି ଇଡି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା କଟକ ଭିଜିଲାନ୍ସ ସେଲ୍‌। ଏହି ମାମଲାକୁ ନେଇ ତଦନ୍ତ କରୁଥିଲା ଇଡି। ନିକଟରେ ପୁଅ ଆକାଶ ପାଠକଙ୍କ ଦାମୀ BMW କାରକୁ ଜବତ କରିଥିଲା ଇଡି। ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ପ୍ରଥମେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ସେତେବେଳେ ଗିରଫ୍ ହୋଇଥିଲେ। ପରେ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରିଥିଲା। ମାମଲାରେ ଗୋପାଳପୁର ବିଧାୟକ ଛନ୍ଦି ହୋଇ ଜେଲ ଯାଇଥିଲେ।

ad-week
Leave A Reply

Your email address will not be published.