୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ

add-all

ଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା।

ସୂଚନା ଅନୁଯାୟୀ, ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା ଜଣେ ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ କେନ୍ଦୁଝର ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟଗାଁ ତହସିଲ୍ ଅଫିସ ସମ୍ମୁଖରେ ଶ୍ରୀ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଏହାପରେ ଶ୍ରୀ ପଣ୍ଡାର ୩ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଚାଲିଛି। ଏନେଇ ବାଲେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।

ଭିଜିଲାନ୍ସ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଲାଞ୍ଚ ମାମଲା ଥମିବାର ନାମ ନେଉନାହିଁ।

ad-week
Leave A Reply

Your email address will not be published.