ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ: ନିଖୋଜ ଯୁକ୍ତ ୨ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

add-all

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲି ଗ୍ରାମ ନିକଟ ସମୁଦ୍ରରେ ଗାଧୋଇବା ବେଳେ ଆଜି ସକାଳ ୬ଟାରେ ବୁଡ଼ିଯିବା ଘଟଣାରେ ନିଖୋଜ ଛାତ୍ରୀଙ୍କ ମୃତଦେହ ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ପ୍ରଜ୍ଞାରାଣୀ ତ୍ରିପାଠୀ। ଦୀର୍ଘ ସମୟ ଧରି ଖୋଜା‌ଖୋଜି ପରେ ପ୍ରଜ୍ଞାରାଣୀ (ଗୁଡିଲି)ଙ୍କ ମୃତଦେହକୁ ଓଡ୍ରାଫ ବାହିନୀ ଘଟଣାସ୍ଥଳ ନିକଟରୁ ଉଦ୍ଧାର କରିଛି।

ଗୋପାଳପୁର ତଟରକ୍ଷୀ ବାହିନୀର ସୁପାରିସ କ୍ରମେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ନିର୍ଦ୍ଦେଶରେ ଆଜି ଏୟାରକ୍ରାଫ୍‌ଟର ଏକ ଟିମ୍‌ ଆର୍ଯ୍ୟପଲ୍ଲୀ ବେଳାଭୂମିର ସମୁଦ୍ର ଉପରେ ପ୍ରାୟ ଅଢ଼େଇ ଘଣ୍ଟା ଧରି ଛାନ୍‌ଭିନ୍‌ କରିଥିଲେ। ‌କିନ୍ତୁ ନିଖୋଜ ଛାତ୍ରୀଙ୍କ କୌଣସି ସନ୍ଧାନ ନପାଇ ସେମାନେ ଫେରିଯାଇଥିଲେ। ପୁଣି ଆସନ୍ତାକାଲ ଆସି ଖୋଜିବାକୁ ସୂଚନା ଦେଇଥିଲେ। କିନ୍ତୁ ସନ୍ଧ୍ୟା ୫ଟା ୧୫ମିନିଟରେ ଓଡ୍ରାଫ୍‌ ଟିମ୍‌କୁ ନିଖୋଜ ଛାତ୍ରୀଙ୍କ ମୃତଦେହ ସମୁଦ୍ର କୂଳରେ ଭାସୁଥିବାର ଦେଖିବାକୁ ମିଳିଥିଲା। ଓଡ୍ରାଫ୍‌ ଟିମ୍‌ ତୁରନ୍ତ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ଅତିରିକ୍ତ ତହସିଲଦାର ଶୁଭଦର୍ଶନ ସାହୁ, କୋଷ୍ଟଗାର୍ଡ କମାଣ୍ଡେଣ୍ଟ ପ୍ରତୀକ ମୋଡାକ୍‌, ଫାୟାର ଅଫିସର ଏସ୍‌କେ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ପ୍ରଜ୍ଞାରାଣୀ ତ୍ରିପାଠୀ ଗଂଜାମ ଜିଲ୍ଲା ଶେରଗଡ଼ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ୨ ଦ୍ବୀତୟୀ ବର୍ଷର କଳା ଛାତ୍ରୀ ଥିଲେ। ସେ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେଇଥିଲେ। ଆଜି ସକାଳୁ ଅନ୍ୟ ୫ ଜଣ ଛାତ୍ରଛାତ୍ରୀଙ୍କ ସହିତ ଗାଧୋଇବାକୁ ଆସିଥିଲେ। ଗାଧୋଇବା ସମୟରେ ସମସ୍ତେ ବୁଡ଼ିଯାଇଥିଲେ। କିଛି ସମୟରେ ସେମାନଙ୍କ ମଧ୍ୟରୁ ଚାନ୍ଦିନୀ ପଣ୍ଡିତ, ସୋନାଲି ପଣ୍ଡିତ, ଶ୍ବେତାରାଣୀ ଦାସ ଓ ଶୁଭମ ତ୍ରିପାଠୀଙ୍କୁ ଉଦ୍ଧାର କରାଯାଇଥିଲ‌ା। କିନ୍ତୁ କନିଷିର ସ୍ୱପ୍ନାରାଣୀ ପଣ୍ଡିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ad-week
Leave A Reply

Your email address will not be published.