ଏନ ୱାଇ କେ ପକ୍ଷରୁ ମିଶନ ଲାଇଫ କାର୍ଯକ୍ରମ…

add-all

ଫୁଲବାଣୀ :ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳା ଶ୍ରମ ଫୁଲବାଣୀ ଠାରେ ମିଶନ ଲାଇଫ କାର୍ଯକ୍ରମ ଅନୁଷ୍ଟିତ ହୋଇଥିଲା l ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ପ୍ରଫେସର ପ୍ରସନ୍ନ କୁମାର ବିଶୋଇ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋପବନ୍ଧୁ ବାଳା ଶ୍ରମର ବିଜୟ ନନ୍ଦ ସାହୁ, ତନ୍ମୟ ମହାକୁଡ, ଶରତ କୁମାର ରାଉତ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳ ବେହେରା, ସ୍ୱଚ୍ଛ lସେବୀ ମାନଙ୍କ ମଧ୍ୟରେ ରୀତିମ l ବାଘ୍, ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ ଏବଂ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l କୁଇଜରେ ସୁଧାଂଶୁ ସାହୁ ପ୍ରଥମ, ଗିରିଶ ଦୀପ ଦ୍ୱିତୀୟ, କ୍ଷୀରୋଦ କହଁର ତୃତୀୟ ସେହିପରି ସଙ୍ଗୀତ ରେ ଶୁଭମ୍ ଷଣ୍ଢ ପ୍ରଥମ, ଚିନୁ ବଗର୍ତ୍ତି ଦ୍ୱିତୀୟ, ଏବଂ ରୀଙ୍କୁ ବଗର୍ତ୍ତି ତୃତୀୟ ସ୍ଥାନ ହାସଲ କରି ଥିଲେ l ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l କୁଇଜ ଓ ସଙ୍ଗୀତ ପ୍ରତି ଯୋଗିତରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକ ରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳ ବେହେରା ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ମେଘାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରି ଥିଲେ l

ad-week
Leave A Reply

Your email address will not be published.