ବିଚ୍ ରାସ୍ତାରେ ସେଲଫି ଦେଲେ ଧୋନି…

add-all

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ବିଚ୍ ରାସ୍ତାରେ ଦେଲେ ସେଲଫି। ଏ ସମୟର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଲେ ଧୋନିଙ୍କ ଏଭଳି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର ଜୁନ୍ ୧ରେ ସର୍ଜରୀ କରାଯାଇଥିଲା। ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ଆଣ୍ଠୁର ଅପରେସନ୍ ହୋଇଥିବା ବେଳେ ଏମଧ୍ୟରେ ତାଙ୍କର ପ୍ରଶଂସକଙ୍କୁ ସେଲଫି ଦେବାର ଭିଡିଓ ଭାଇରାଲ ହୋଇଛି।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଣ୍ଠୁ ଅପରେସନ୍ ପରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହା ପରେ ତାଙ୍କୁ ତାଙ୍କ କାରରେ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ହଠାତ୍ ଜଣେ ଯୁବକ ତାଙ୍କ ‌ସହ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ। ଧୋନି କାରରେ ବସିିଥିବା ବେଳେ ଯୁବକଜଣକ ନିଜ ଦୁଇ ଚକିଆ ଗାଡ଼ି ନେଇ ତାଙ୍କ କାର ପାଖରେ ପହଞ୍ଚିଥିଲେ। ସେଲଫି ନେବା ପାଇଁ ଯୁବକ ଚାହୁଥିବା ଜାଣି ଧୋନି କାରର କାଚ ତଳକୁ କରି ତାଙ୍କୁ ସେଲଫି ଦେଇଥିଲେ। ଏହି ସମୟର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଲେ‌ାକେ ଧୋନିଙ୍କ ଏହି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।

ତେବେ ମେ’ ୨୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ। ଏହି ବିଜୟ ପରେ ଧୋନିଙ୍କ ପ୍ରଶଂସା ଚାରିଆଡେ କରାଯାଉଥିବା ବେଳେ ଏବେ ତାଙ୍କର ସେଲଫି ଦେବାର ଭିଡିଓ ଖୁବ ଭାଇରାଲ ହୋଇଛି।

ad-week
Leave A Reply

Your email address will not be published.