ଶାଢ଼ୀ ଭିତରେ ଜିନିଷ ପୁରାଇ ଖସି ପଳାଉଥିଲା ମହିଳା ଲୁଟେରା ଗ୍ୟାଙ୍ଗ, ମାଡ଼ି ବସିଲା ପୋଲିସ୍

add-all

ଭୁବନେଶ୍ୱର: ପୋଲିସ କବ୍‌ଜାରେ ମହିଳା ଲୁଟେରା ଗ୍ୟାଙ୍ଗ। ୱେଷ୍ଟ ବେଙ୍ଗଲର ଏହି ୯ ଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ମଲକୁ ମଲ ବୁଲି ଲୁଟ୍‌ କରୁଥିଲେ ଲେଡି ଲୁଟେରା । ଆଖି ଆଗରେ ଯାହା ପଡୁଥିଲା, ଆଖି ପିଛୁଳାକେ କରି ଦେଉଥିଲେ ଗାଏବ। ପିନ୍ଧିଥିବା ଡ୍ରେସ ଭିତରେ ଜିନିଷ ପୁରାଇ ଚୋରି କରିନେଉଥିଲେ। କସମେଟିକ, ଡ୍ରେସ ଯାହା ଆଖିରେ ପଡୁଥିଲା ଚୋରି କରି ନେଉଥିଲେ।

ଭୁବନେଶ୍ୱରର ବିଭିନ୍ନ ଲଜରେ ଭଡ଼ା ନେଇକି ରହୁଥିଲେ, ଆଉ ରେକୀ କରି ଲୁଟୁଥିଲେ। ଅଭିଯୁକ୍ତଙ୍କ କ୍ରାଇମ ରେକର୍ଡକୁ ନେଇ ଖୋଳତାଡ଼ କରିବା ସହ କୋଲକାତା ପୋଲିିସ ସହ ଯୋଗାଯୋଗ କରୁଛି କମିସନରେଟ ପୋଲିସ ।

ad-week
Leave A Reply

Your email address will not be published.