ମାଲକାନଗିରି ୪ ଓ ଗଞ୍ଜାମରେ ୨ ଜଣଙ୍କ ମୃତ୍ୟୁରେ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

add-all

ଭୁବନେଶ୍ବର: ମାଲକାନଗିରିରେ ୪ ଓ  ଗଂଜାମ ଆର୍ଯ୍ୟପଲୀରେ ୨ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ ସହ ସହାୟତା ଘୋଷଣା କରିଛନ୍ତି। ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ ଗତକାଲି ମାଲକାନଗିରିରେ ଏୟାର ଷ୍ଟ୍ରିପ୍ କାନ୍ଥ ଭୁଶୁଡ଼ି ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ। ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ର ପାଚେରୀ ଭାଙ୍ଗିଯାଇଛି। ଫଳରେ ଏଠାରେ କାର୍ଯ୍ୟରତ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରୁ ୨ଜଣ ପ୍ରାଣ ହରାଇଥିଲେ। ସେହିପରି ମାଲକାନଗିରି ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଥିବାରୁ ୨ ଜଣ ମତ୍ସଜୀବୀ ପ୍ରାଣ ହରାଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧେଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.