ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବି : ନାରୀ ନେତ୍ରୀ ସୁମନିଙ୍କ ସହ ଆଲୋଚନା କଲେ ଜିଲ୍ଲାପାଳ

add-all


କାଶିପୁର : ଆସନ୍ତା ୭ ତାରିଖରେ ତହସିଲ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଯେଉଁ ଘୋଷଣା ଝୋଡିଆ ନେତ୍ରୀ ସୁମନି ଝୋଡ଼ିଆଙ୍କ ନେତୃତ୍ୱରେ କାଶୀପୁର ବ୍ଲକ ର 86 ଖଣ୍ଡ ଗାଁର ଝୋଡ଼ିଆ ସଂପ୍ରଦାୟ ର ପରିବାର ଲୋକ ସଜବାଜ ହେଉଥିଲେ ତାହାର ମୀମାଂସା କରିବା ପାଇଁ ଆଜି ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା କାଶୀପୁର ବ୍ଲକ୍ ସିରିଗୁଡା ଠାରେ ପହଞ୍ଚି ଥିଲେ ଏବଂ ନାରୀ ନେତ୍ରୀ ସୁମନି ଝୋଡ଼ିଆ ଙ୍କ ସହ କଥାବାର୍ତ୍ତା କରି କହିଥିଲେ କି ଯେ ଦେଢ଼ ବର୍ଷ ତଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ଯେଉଁ ଝୋଡ଼ିଆ ପରିବାର ର ଜମି ପଟ୍ଟା ରେ ଝୋଡିଆ ପରଜା ସୂଚିତ ଥିବା ସେମାନେ କେବଳ ଆଦିବାସୀ ମାନ୍ୟତା ପାଇବେ ଅନ୍ୟମାନଙ୍କୁ ଆଦିବାସୀ ମାନ୍ୟତା ଦେବ ଆମ ଅଧିକାର ରୁ ବାହାର । ଯଦି ଏହା କେନ୍ଦ୍ର ସରକାର ଚାହିଁବେ ତାହାହେଲେ ଏହା ସମ୍ଭବ ହୋଇପାରେ । ଏହାକୁ ନେଇ ଝୋଡିଆ ସମାଜ ତରଫରୁ ରାଲି ଓ ଧାରଣା 7 ଟ୍ରୋଖରେ ନକରିବା ସହ ଏକ ଦାବି ପତ୍ର ସେମାନଙ୍କ ସମାଜ ତରଫରୁ କିଛି ପ୍ରତିନିଧି ଯାଇ କାଶୀପୁର ତହସିଲଦାରଙ୍କ ଜରିଆରେ ରାଜ୍ୟ ଓ କେନ୍ଦ୍ର କୁ ଦେବା ସହ ଅନ୍ୟ ଏକ ପ୍ରତିନିଧି ଦଳ ରାୟଗଡ଼ା ଗସ୍ତରେ ଆସୁଥିବା 5ଟି ସଚିବ ଭି କେ ପାଣ୍ଡିଆନ ଙ୍କୁ ଭେଟି ଏକ ଦାବି ପତ୍ର ଦେବେ ବୋଲି ଝୋଡିଆ ସମାଜ ତରଫରୁ ସୁଚନା ମିଳିଛି । ଏ ନେଇ ସୁମନି କିନ୍ତୁ ଜିଲ୍ଲାପାଳ ସ୍ୱଧା ଦେବ ସିଂହ ଙ୍କ ସମ୍ମୁଖରେ ଆମକୁ ଯେତେବେଳେ ପର୍ଯ୍ୟନ୍ତ ଆଦିବାସୀ ମାନ୍ୟତା ନମିଲିଚି ଆମେ ସେତେଦିନ ପର୍ଯ୍ୟନ୍ତ ତହସିଲ ଅଫିସ୍ କାର୍ଯ୍ୟାଳୟ ଆଗରେ ସମସ୍ତ ଝୋଡ଼ିଆ ସମ୍ପ୍ରଦାୟର ସପରିବାର ସହ ଧାରଣାରେ ବସିବୁ ବୋଲି ରୋକଠୋକ୍ କହିଥିଲେ ଏ ନେଇ ଜିଲ୍ଲାପାଳ ସେମାନଙ୍କୁ ଅତି ନମ୍ର ସହ ବୁଝାସୁଝା କରି ଫେରିଥିଲେ । ଆଗକୁ ଦେଖିବାକୁ ବାକି ରହିଲା ନିର୍ବାଚନ ସମୟରେ ପ୍ରତି ଥର ଭଳି ଏଥର ମଧ୍ୟ ଝୋଡିଆ ଝଡ ଆରମ୍ଭ ହେବାକୁ ବସିଛି , ଏହି ସମ୍ପ୍ରଦାୟ ସେମାନଙ୍କ ହକ ପାଇବାରେ ଚଳିତ ନିର୍ବାଚନରେ ସମର୍ଥ ହେଉଛନ୍ତି ନା ପୁଣି ହତାଶ ହେଉଛନ୍ତି ତାହା ସମୟ ହିଁ କହିବ ।

ad-week
Leave A Reply

Your email address will not be published.