ରକ୍ତଦାନ ଶିବିରରେ ୯୨ ୟୁନିଟ ରକ୍ତ ସଂଗ୍ରହ

add-all

ହିଞ୍ଜିଳିକାଟୁ ୩।୬ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସମରଝୋଳ ସ୍ଥିତ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟ ର ପ୍ରଥମ ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ, ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୁବ୍ରତ କୁମାର ଜେନା ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିର ଉଦଘାଟନ କରିଥିଲେ। ଏହି ଶିବିରରେ ମୋଟ ୯୨ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିବା ବେଳେ ୨ ଜଣ ଦିବ୍ୟାଙ୍ଗ ୧୭ଜଣ ପ୍ରଥମ ଥର ପାଇଁ ରକ୍ତଦାନ ଭଳି ଏକ ମହାନ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଗ୍ରହ ସହ ରକ୍ତଦାନ କରିଥିଲେ।ଶିବିରକୁ ବିପଦର ବନ୍ଧୁ ଓଡ଼ିଶାର ସଦସ୍ୟ ଏବଂ ମହାଲକ୍ଷ୍ମୀ ଫିଲିଂ ପଏଣ୍ଟର କର୍ମଚାରୀବୃନ୍ଦ ପରିଚାଳନା କରିଥିଲେ। ଏହି ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତା ବୃନ୍ଦ ରକ୍ତସଂଗ୍ରହ କରିଥିଲେ।ଶଙ୍କର ଚକ୍ଷୁ ଚିକିତ୍ସାଳୟ ସିଇଓ ଜେ. ବାବୁ ,ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ଉପଦେଷ୍ଟା ଗୌରହରି ପୋଲାଇ ,ମକରଝୋଳର ପ୍ରାକ୍ତନ ସରପଞ୍ଚ ଶ୍ରୀଯୁକ୍ତ ବି. ଶଙ୍କର ଏବଂ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ନିମାଇଁ ଚରଣ ଗଉଡ଼ ଉପସ୍ଥିତ ରହି ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

ad-week
Leave A Reply

Your email address will not be published.