ଟିକିରିରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

add-all

କାଶିପୁର : ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା ରଥଯାତ୍ରାର ଆଦ୍ୟ ପର୍ବ ଅନୁଷ୍ଠିତ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଖି ଚର୍ମଚକ୍ଷୁକୁ ପବିତ୍ର କରିବା ପାଇଁ ଚାହିଁ ବସିଥାନ୍ତି ଭକ୍ତଗଣ।ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ସହିତ ୧୦୮ କଳସୀ ଜଳରେ ସ୍ନାନ କରାଯାଏ।।ତେବେ ସେହିପରି ଆଜି କାଶିପୁର ବ୍ଲକ ଟିକିରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଇଯାଇଛି। ତେବେ ଏହି ସ୍ନାନଯାତ୍ରା ରେ ମୁଖ୍ୟ ପୂଜକ ଭାବେ ନିରଞ୍ଜନ ହତା,ଙ୍କ ସହ ରବି ତ୍ରିପାଠୀ,ଅନନ୍ତ ଷଡ଼ଙ୍ଗୀ,ବୁଲୁ ଦାସ, ନିରଞ୍ଜନ ତ୍ରିପାଠୀ,ଗୈରି ଦାଶ,ଶଙ୍କର ତ୍ରିପାଠୀ,ରଞ୍ଚିତ ମିଶ୍ର,ରାଜା ଷଡ଼ଙ୍ଗୀ, ସୌରବ ଷଡ଼ଙ୍ଗୀ,ରାହୁଲ ଷଡ଼ଙ୍ଗୀ,ସୁରେଶ ଷଡ଼ଙ୍ଗୀ,ବୁଲୁମିଶ୍ର, ଙ୍କ ସହ ଅନ୍ୟାନ୍ୟ ପୂଜକ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.