ବାଲିଗୁଡାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳନ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟିର ସମସ୍ତ ସଦସ୍ୟ,ପରିଚାଳକ, ମୁଖ୍ୟ ପୁରୋହିତ, ପୂଜକ ଓ ସ୍ଥାନୀୟ ପର୍ଶୁରାମ ବାହିନୀ ଙ୍କୁ ନେଇ ବିଧି ପୂର୍ବକ ଚର୍ତୁର୍ଦ୍ଧା ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ କୁ ଆଣି ସ୍ନାନଯାତ୍ରା ସମାପନ କରାଯାଇଛି। ବ୍ରହ୍ମ ମୁହୂର୍ତ୍ତରେ ଜଳ ଆଣି ୧୦୮ କଳସ ଜଳରେ ଶୁଦ୍ଧ ଗଙ୍ଗାଜଳ ମିଶ୍ରିତ କରି ମହାପ୍ରଭୁଙ୍କୁ ସ୍ନାନ କରାଯିବା ପରେ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ଆଳତୀ ପରେ ମହାପ୍ରଭୁଙ୍କୁ ଅଣସର ଗୃହକୁ ନିଆଯାଇଥିବା ବେଳେ ରଥଯାତ୍ରା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ରହିବେ। ଏହି ସ୍ନାନ ଯାତ୍ରାରେ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ସ. ମଧୁମିତାଙ୍କ ସମେତ ଟ୍ରଷ୍ଟି ସଦସ୍ୟ ଟି. ଶ୍ରୀନିବାସ ରାଓ, ମଧୁସୂଦନ ଦାସ, ଜୀବାନନ୍ଦ ମହାରଣା,ରଞ୍ଜିତ କୁମାର ମହାନ୍ତି, ଲୋକନାଥ ପାଢ଼ୀ,ଓ ପର୍ଶୁରାମ ବାହିନୀର ସମସ୍ତ ସଦସ୍ୟ ଓ ଶତାଧିକ ଭକ୍ତ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଆଖପାଖ ଅଂଚଳର ସିମନବାଡି, ତୁମୁଡିବନ୍ଧ, କୋଟଗଡ ଭଳି ଆଦି ସ୍ଥାନରେ ଥିବା ମନ୍ଦିରରେ ମଧ୍ୟ ଦେବସ୍ନାନ ପୂର୍ଣ୍ଣମା ଯଥାରୀତି ଅନୁଯାଇ ପାଳନ କରାଯାଇ ଥିବା ଦେଖିବାକୁ ମିଳିଥିଲା ।

ad-week
Leave A Reply

Your email address will not be published.