ବାହାନାଗା ଟ୍ରେନ ଧକ୍କାରେ ମୃତବ୍ୟକ୍ତିଙ୍କ ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭା ଯାତ୍ରା

add-all

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀ ଠାରେ ଜିଲ୍ଲାପ୍ରେସ କ୍ଲବ, ବରିଷ୍ଠ ନାଗରିକ ସଙ୍ଘ ଓ ମିଳିତ ନାଗରିକ କମିଟିଙ୍କ ମିଳିତ ସହଯୋଗରେ ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନାଙ୍କ ସଭପତିତ୍ୱରେ ବାହାନାଗା ଠାରେ କରମଣ୍ଡଳ ଟ୍ରେନ ଧକ୍କାରେ ମୃତ ବ୍ଯକ୍ତିଙ୍କ ଅମର ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା l ପ୍ରଥମେ ମୃତ ବ୍ୟକ୍ତିଙ୍କ ନିମନ୍ତେ ଦୁଇ ମିନଟ ନିରବ ପ୍ରାର୍ଥନା ପୂର୍ବକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉପସ୍ଥିତ ସମସ୍ତ ସଦସ୍ୟ ପୁଷ୍ପ ଦୀପ ଜାଳି ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା ପୂର୍ବକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ଖୁବଶୀଘ୍ର ଭଲ ହୋଇ ଫେରିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଉକ୍ତ ସଭାରେ ସାମ୍ବାଦିକ ନାରାୟଣ ସାହୁ,ପ୍ରେସ କ୍ଳବ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଜୟସେନ ପରିଡା, କଣ୍ଠଶିଳ୍ପୀ ଜଳନ୍ଦର ବେହେରା, ଆଇନଜୀବି ଵିଜୟ କୃଷ୍ଣ ପଟ୍ଟନାୟକ, ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସୁର୍ଯ୍ୟ ନାରାୟଣ ବେହେରା, ରମେଶ ଚନ୍ଦ୍ର ପ୍ରଧାନ, ହୁରୂଞ୍ଜନ ସେଠୀ,ଶିବ ନାୟକ, ସନ୍ତୋଷ ବେହେରା, ଗୌର ଚରଣ ବେହେରା, ବଳଦେବ ବେହେରା , ଗୋଲକ ବିହାରୀ କଂହର ପ୍ରମୂଖ ଉପସ୍ଥିତ ଥିଲେ l ଉକ୍ତ ସଭାକୁ ସମାଜସେବୀ ତଥା ସାମ୍ବାଦିକ ଅଶୋକ କୁମାର ପରିଡ଼ା ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.