ପ୍ରାକୃତିକ ସମ୍ପଦକୁ ବିକ୍ରି କରିବା ବନ୍ଦ କର : ମାନବ ଅଧିକାର ସୁରକ୍ଷା ମଞ୍ଚ…

ବ୍ରହ୍ମପୁର :, ତା.5.6.2023ରିଖ ଦେଶର ପ୍ରାକୃତିକ ସମ୍ପଦକୁ ଯେଉଁ ପ୍ରକାର ଭାବେ କର୍ପୋରେଟ ହାଉସକୁ ବିକ୍ରି ଚାଲିଛି ଆଉ ଅଳ୍ପ ଦିନରେ ଏହି ସମ୍ପତ୍ତି ଶେଷ  ହୋଇଯିବ, ଯାହାର ପରିଣାମ ସ୍ୱରୂପ ସମସ୍ତ ଦେଶବାସୀ ଭୋଗିବେ ବୋଲି ଆଜି ବିଶ୍ୱ ପରିବେଶ ଦିବସରେ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମେଡିକାଲ ଛକଠାରେ ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୋଟାଏ ପରେ ଗୋଟାଏ ଖଣି ନିଲାମ କରି ଚାଲିଛନ୍ତି l ଯେଉଁଠି ଲୁହାଖଣି,କୋଇଲା ଖଣି,ବକସାଇଟ ଖଣି, କ୍ରୋମ, ଚୂନପଥର ରହିଛି ସେ ସବୁକୁ ଘରୋଇ କମ୍ପାନୀ ହାତରେ ଟେକିଦେବାକୁ ନିଲାମ ହେଉଛି l ଏସବୁ ପ୍ରାକୃତିକ ସମ୍ପଦ ରହିଥିବା ଭୁଗର୍ଭ ଉପରେ ସବୁଜ ଜଙ୍ଗଲ ରହିଛି l ସରକାର ରାଜସ୍ବ ବୃଦ୍ଧି ପାଇଁ ଅବିଚାରିତ ଭାବରେ ଖଣି ନିଲାମ

କରିଚାଲିଛି l ଟଙ୍କାଏ ରାଜସ୍ବ ପାଇଁ ଏକ ହଜାର ଟଙ୍କାର ପ୍ରାକୃତିକ ସମ୍ପଦ ଲୁଟ ହେଉଛି l ଯାହାଫଳରେ ଆସନ୍ତା 30ବର୍ଷ ମଧ୍ୟରେ ରାଜ୍ୟର ଅମୁଲ୍ୟ ସମ୍ପଦ ଗୁଡିକୁ ଖାଲି କରିଦିଆଯିବl ପରେ ରାଜ୍ୟବାସୀ ସମ୍ବଳହୀନ ହୋଇପଡ଼ିବେ l ଏହି ସମ୍ବଳ ଗୁଡ଼ିକରୁ ଜୀବିକା ପାଉଥିବା ତଥା ସାମାଜିକ ଓ ଆର୍ଥିକ ସୁରକ୍ଷା ପାଉଥିବା ଲକ୍ଷ ଲକ୍ଷ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କ ଜୀବନ ବିପର୍ଯ୍ୟସ୍ତ ହେବ ଓ ଭବିଷ୍ୟତ ପିଢ଼ି ପ୍ରତି ଅନ୍ୟାୟ ହେବ l ଜଳ,ଜମି,ଜଙ୍ଗଲ, ଖଣି ସହ ପ୍ରକୃତିର ସୁରକ୍ଷା ହିଁ ପୃଥିବୀ ର ସୁରକ୍ଷା l ବିକାଶ ନାମରେ ବିନାଶ ଗ୍ରହଣୀୟ ନୁହଁ l ଏଣୁ ସରକାର ବିକାଶନୀତିରେ ପରିବର୍ତ୍ତନ କରି ପ୍ରକୃତି ଅନୁକୂଳ ନୀତି କରିବାପାଇଁ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବୀ କରିଛି l ଏତଦସହ ଜଙ୍ଗଲ ସଂରକ୍ଷଣ ଅଧିନିୟମ,2022କୁ ପ୍ରତ୍ୟାହାର, ଅବିଚlରିତ ଖଣି ନିଲାମ ବନ୍ଦ କରିବା, ଜଙ୍ଗଲ ଉପରେ ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କ ଅଧିକାର ଦାବୀ ମଧ୍ୟ ଉପସ୍ଥାପନ କରାଯାଇଛି l ଆଜିର ଏହି ପଥପ୍ରାନ୍ତ ସଭାପରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପୃଥକ ପୃଥକ ଭାବେ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଆଜିର ଏହି କାର୍ଯ୍ୟକ୍ରମରେ ମଞ୍ଚ ଆବାହକ ଅବନୀ ଗୟା, ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ସୁବାଷ ଚନ୍ଦ୍ର ମିଶ୍ର, ବଂଶୀଧର ଭୂୟାଁ,ମାଗୁଣି ନାହାକ, ଓମ ଲଫିଙ୍ଗ କ୍ଲବ ର ଦେବରାଜ ଦାଶ, ଏସ.ଶାମ୍ବାଶିବ ରାଓ, ହୃଷିକେଶ ପାତ୍ର, ସୁରେନ୍ଦ୍ର ନାଥ ପଣ୍ଡା, ରାମଚନ୍ଦ୍ର ସାହାଣୀ, କବିରାଜ ସାହୁ, ବିରେନ କୁମାର ବେହେରା, ସୁଧୀର ରାଉତ, ସବିତା ସାହୁକାର, ଇ. ଟି. ରାଓ   ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଜଟେଶ୍ୱର ସାବତ,ପ୍ର. ଡମ୍ବୁରୁଧର ସାହୁ, ପ୍ରଶାନ୍ତ କୁମାର ପଣ୍ଡା,ତାରିଣୀ ପାତ୍ର,ବୃନ୍ଦାବନ ପରିଡା,ଟୁନୁ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.