ବାପାକୁ ଖାଦ୍ୟଦେବାକୁ ଯାଇ ଦୁର୍ଘଟଣାର ଶିକାର ହେଲେ ଯୁବତୀ

add-all

ବାସୁଦେବପୁର : ଦୁର୍ଘଟଣା କେତେବେଳେ ଆସେ କେମିତି ବି ଆସେ ଏକଥା କେହି କହି ପାରନ୍ତି ନାହିଁ କି ଜାଣି ବି ପାରନ୍ତି ନାହିଁ। କଥାରେ ଅଛି ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, ଏଣୁ ମଣିଷ ଜନ୍ମ ହୋଇ କେତେବେଳେ ଏ କର୍ମ ମୟ ଜୀବନ ଭିତରୁ ଏ ଦୁନିଆ ରୁ ବିଦାୟ ନେଇ ଯାଏ ତାହା କେହି ବି ଜାଣି ପାରନ୍ତି ନାହିଁ । ସତରେ ଦର୍ଶକ ବନ୍ଧୁ ଆମେ ଆଜି ଏମିତି ଏକ କାହାଣୀ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ବି କହିବେ ସତରେ ମୃତୁ ଏମିତି ବି ଆସେ । ପ୍ରତିଦିନ ପରି ଆଜି ବି ଖାଦ୍ୟ ନେଇ ଝିଅ ତି ଯାଉଥିଲା ତା ବାପାଙ୍କ ପାଖକୁ । କୁଆଡୁ ଲୁଚି ବସିଥିଲା ମରଣ ମାଡ଼ି ବସିଲା ଝିଅଟିକୁ । କେହି କିଛି ବୁଝିବା ପୂର୍ବରୁ ଝିଅ ଟି ଦୁର୍ଘଟଣାର ଶିକାର ହେଲା । ହଁ ଦର୍ଶକ ବନ୍ଧୁ ଏମିତି ଏକ ଘଟଣା ଘଟିଛି ଧାମରା ନିକଟବର୍ତ୍ତି କଇଥ ଖୋଲା ପଞ୍ଚାୟତ ଅନ୍ତର୍ଗତ ବଳଭଦ୍ର ପ୍ରସାଦ ଗାଁ ଠାରେ ପୂଜା ରାଣୀ ଦାସ ନାମକ ଜଣେ ୧୪ ବର୍ଷୀୟ ଯୁବତୀ ଦୁର୍ଘଟଣା ଶିକାର ହୋଇ ମୃତ୍ୟବରଣ କରିଛି। ସୂଚନା ଅନୁସାରେ ବାପା ଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ବେଳେ କୌଣସି କାରଣ ବଶତ ତାଙ୍କର ଲୁଗା ମେସିନ ରେ ଲାଗି ଯାଇଥଲା। ଏହା ଦେଖି ତାଙ୍କ ବାପା ଦଉଡ଼ି ଦୌଡ଼ି ଆସି ଝିଅ କୁ ଉଧାର କରି ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଙକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.