ଗେଟ୍‌ ଖୋଲିବାରେ ବିଳମ୍ବ ହେବାରୁ ଟୋଲ ପ୍ଲାଜା କର୍ମଚାରୀଙ୍କୁ ପିଟିପିଟି ହତ୍ୟା

add-all

ବେଙ୍ଗାଲୁରୁ : ଟୋଲା ପ୍ଲାଜାରେ ଲାଗିଥିବା ବୁମ ବ୍ୟାରିୟର ବା ଗେଟ୍‌ ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଛି ଅଭାବନୀୟ ଘଟଣା। ଗେଟ ଖୋଲିବାରେ ବିଳମ୍ବ ହେବାରୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଛନ୍ତି। କର୍ଣ୍ଣାଟକା ସହରରେ ଥିବା ଗୋଟିଏ ଟୋଲ ପ୍ଲାଜା ନିକଟରେ ରବିବାର ପୂରା ଘଟଣା ଘଟିଛି।
ଆକ୍ରମଣରେ ପ୍ରାଣ ହରାଇଥିବା ଯୁବକ ଜଣଙ୍କ ହେଲେ ପବନ କୁମାର। ତାଙ୍କର ଜଣେ ସହକର୍ମୀ ମଞ୍ଜୁନାଥ ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ବେଙ୍ଗାଲୁରୁ ଠାରୁ ୩୫ କିମି ଦୂର ରାମନାଗରା ସ୍ଥିତ ବିଡାଡିରେ ପବନ ଓ ମଞ୍ଜୁନାଥଙ୍କ ଉପରେ ଆକ୍ରମଣ ହୋଇଥିବା ପୁଲିସ୍‌ କହିଛି।
ରବିବାର ରାତି ପ୍ରାୟ ୧୦ଟା ବେଳେ ୪ ଜଣ ଲୋକ କାର୍‌ରେ ମହୀଶୂର ଆଡ଼େ ଯାଉଥିଲେ। ସେମାନେ ଯେତେବେଳେ ଟୋଲ ପ୍ଲାଜା ନିକଟରେ ପହଞ୍ଚିଥିଲେ ସେତେବେଳେ ବୁମ ବ୍ୟାରିୟର ଖୋଲିବାକୁ ନେଇ ଯୁକ୍ତିତର୍କ ହୋଇଥିଲା।
ବୁମ ବ୍ୟାରିୟର ଖୋଲିବାରେ ସାମାନ୍ୟ ବିଳମ୍ବ ହେବାରୁ କାର୍‌ରେ ଥିବା ୪ ଜଣ ବ୍ୟକ୍ତି ଉତ୍ତ୍ୟକ୍ତ ହୋଇଯାଇଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଭୟଙ୍କର ଲଢ଼େଇ ହୋଇଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ଯୋଗୁ ଏହା ବନ୍ଦ ହୋଇଥିଲା।
ତେବେ କାର୍‌ରେ ଥିବା ୪ ଜଣ ଟୋଲ ପ୍ଲାଜା ଠାରୁ କିଛି ମିଟର ଦୂରରେ ଟୋଲ ପ୍ଲାଜାରର କର୍ମଚାରୀ ପବନ ଓ ମଞ୍ଜୁନାଥଙ୍କୁ ପୁଣି ଆକ୍ରମଣ କରିବାକୁ ଲୁଚି ରହିଥିଲେ। ରାତି ପ୍ରାୟ ୧୨ଟା ବେଳେ ଉଭୟ ଟୋଲ ପ୍ଲାଜରୁ ବାହାରି ଡିନର ପାଇଁ ଯାଇଥିଲେ। ଉଭୟଙ୍କୁ ଲୁଚି ରହିଥିବା ୪ ବ୍ୟକ୍ତି ହକି ଷ୍ଟିକରେ ପ୍ରବଳ ପିଟିଥିଲେ।
ଏହି ଆକ୍ରମଣରେ ଘଟଣାସ୍ଥଳରେ ହିଁ ପବନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ମଞ୍ଜୁନାଥଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହ ଆକ୍ରମଣରେ ସାମିଲ ଥିବା ଲୋକଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି।

ad-week
Leave A Reply

Your email address will not be published.