ନିଖୋଜ ଲୋକଙ୍କ କଥା କହି ଭାବପ୍ରବଣ ହୋଇଗଲେ ଅଶ୍ୱିନୀ ବୈଷ୍ଣବ…

add-all

ଭୁବନେଶ୍ୱର : ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାବୁକ ହୋଇଛନ୍ତି। ରେଳମନ୍ତ୍ରୀ ଦୁର୍ଘଟଣା ପ୍ରଭାବିତ ଟ୍ରାକ୍‌ର ପୁନରୁଦ୍ଧାର ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବାବେଳେ ଭାବପ୍ରବଣ ହୋଇଯାଇଥିଲେ। ତାଙ୍କ ଗଳା ରୁନ୍ଧି ହୋଇଯାଇଥିଲା।

ଏହି ରୁନ୍ଧ ଗଳାରେ ରେଳମନ୍ତ୍ରୀ କହିଥିଲେ ଯେ ବାଲେଶ୍ୱର ରେଳ ଦୁର୍ଘଟଣା ସାଇଟ୍‌ରେ ରେଳ ଟ୍ରାକ୍‌ର ରେଷ୍ଟୋରେସନ କାମ ସମ୍ପୂର୍ଣ୍ଣ ହୋଇଛି। ଏବେ ଉଭୟ(UP-DOWN) ତରଫରୁ ରେଳ ଯାତାୟାତ ପାଇଁ ରାସ୍ତା ସଫା ହୋଇଛି।

ଗୋଟିଏ ପାର୍ଶ୍ୱରୁ ଦିନରେ କାମ ଶେଷ ହୋଇଥିଲା, ଏବେ ଦ୍ୱିତୀୟ ସାଇଟ୍‌ର ମଧ୍ୟ କାମ ସମ୍ପୂର୍ଣ୍ଣ ହୋଇଯାଇଛି। ଏହାରି ଭିତରେ ସେ ରେଳ ଦୁର୍ଘଟଣାରେ ନିଖୋଜ ଯାତ୍ରୀଙ୍କ ବିଷୟରେ କହିଥିଲେ। ରେଳମନ୍ତ୍ରୀ କହିଥିଲେ କି, ଟ୍ରାକ୍‌ ଉପରେ ରାସ୍ତା କ୍ଲିଅର ହୋଇଛି, ତଥାପି ଆମର ଦାୟିତ୍ୱ ପୂରଣ ହୋଇନାହିଁ।

ରେଳମନ୍ତ୍ରୀ କାନ୍ଦି ପକାଇ କହିଥିଲେ, ନିଖୋଜ ଲୋକଙ୍କ ପରିବାର ଯେତେ ଜଲ୍‌ଦି ସେମାନଙ୍କ ପ୍ରିୟଜନଙ୍କୁ ଭେଟନ୍ତୁ, ତାହା ହିଁ ଆମର ଲକ୍ଷ୍ୟ। ସେମାନଙ୍କୁ ଯଥାଶୀଘ୍ର ଖୋଜାଯାଇପାରୁ। ଆମର ଦାୟିତ୍ୱ ଶେଷ ହୋଇନାହିଁ। କହି ରଖୁଛୁ, ବାଲେଶ୍ୱରରେ ଯେଉଁଠି ରେଳ ଦୁର୍ଘଟଣା ହୋଇଥିଲା, ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରହିଥିଲା। ଏହି ସମୟରେ ରେଳମନ୍ତ୍ରୀ ସେଠାରେ ଲଗାତାର ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.