ଆସିଲା ହାଇପରସୋନିକ ମିସାଇଲ, ଶବ୍ଦ ଠାରୁ ଅଧିକ ୧୫ ଗୁଣ ସ୍ପିଡରେ ଯିବ

add-all

ନୂଆଦିଲ୍ଲୀ : ଇରାନର ରେଭ୍ୟୁଲେସନାରୀ ଗାର୍ଡ ବା ଆଇଆରଜି ପକ୍ଷରୁ ଗୋଟିଏ ଇଣ୍ଟରମେଡିଏଟ ବାଲାଷ୍ଟିକ ମିସାଇଲକୁ ଆଜି ସାର୍ବଜନୀନ କରାଯାଇଛି। ଏହି ହାଇପରସୋନିକ ମିସାଇଲ ବେଶ ଖତରାନ ଓ ଘାତକ। ଏହା ଶବ୍ଦ ଠାରୁ ୧୫ ଗୁଣା ସ୍ପିଡରେ ଗତି କରିବା ସହ ଶତ୍ରୁପକ୍ଷଙ୍କ ଟାର୍ଗେଟକୁ ନଷ୍ଟ କରିବାକୁ ସକ୍ଷମ।
ଇରାନର ରାଷ୍ଟ୍ରପତି ଇବ୍ରାହିମ ରୈସି ନୂଆ ମିସାଇଲର ହାଇପରସୋନି କ୍ଷମତାକୁ ପ୍ରଶଂସା କରିଛନ୍ତି। ଏଥିସହ ଏହା ଇରାନର ଶକ୍ତିକୁ ଅଧିକ ବୃଦ୍ଧି କରିବ ଓ ପୂରା ଦେଶରେ ଶାନ୍ତି ଏବଂ ସ୍ଥିରତା ଆଣିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
ଆଇଆରଏନଏ ନ୍ୟୁଜ ଏଜେନ୍ସି ମିସାଇଲ ଉନ୍ମୋଚନ କାର୍ଯ୍ୟକ୍ରମର ଫଟୋକୁ ଜାରି କରିଛି। ମିସାଇଲ ଲୋକାର୍ପଣ କାର୍ଯ୍ୟକ୍ରମ ଗୋଟିଏ ବନ୍ଦ ସ୍ଥାନରେ କରାଯାଇଛି। ଏଥିରେ ଗାର୍ଡ ମୁଖ୍ୟ ଜେନେରାଲ ହୁସେନ ସଲାମିଙ୍କ ସହ କିଛି ହାତ ଗଣତି ବରିଷ୍ଠ ମିଲିଟାରୀ କମାଣ୍ଡର୍ସ ଉପସ୍ଥିତ ଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମ କେଉଁ ସ୍ଥାନରେ ହୋଇଛି, ତା’ର ତଥ୍ୟ ଉକ୍ତ ଗଣମାଧ୍ୟମ ଦେଇନି।
ମିଳିଥିବା ସୂଚନା ଅନୁସାରେ, ଫତାହ ମିସାଇଲର ଲକ୍ଷ୍ୟ ଭେଦ କରିବାର କ୍ଷମତା ୧୪ଶହ କିମି। ଶବ୍ଦ ଠାରୁ ଏହା ୧୩ରୁ ୧୫ ଗୁଣା ସ୍ପିଡରେ ଗତି କରି ଶତ୍ରୁ ପକ୍ଷର ଟାର୍ଗେଟକୁ ଧ୍ୱଂସ କରିବାକୁ ସକ୍ଷମ। ଧିମା ବାଲାଷ୍ଟିକ ମିସାଇଲ ଭଳି ହାଇପରସୋନି ମିସାଇଲରେ ମଧ୍ୟ ପରାମାଣୁ ଯୁଦ୍ଧାସ୍ତ୍ର ବହନ କରାଯାଇ ପାରିବ।
ନୂଆ ମିସାଇଲରେ ଏତେ ସବୁ କ୍ଷମତା ଥିବାରୁ ଇରାନ ନିଜକୁ ଆହୁରି ଶକ୍ତିଶାଳୀ କରିବାକୁ ସକ୍ଷମ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ad-week
Leave A Reply

Your email address will not be published.