ପରିବାର ଲୋକଙ୍କୁ ପୁରୀ ଡାକି ନିଖୋଜ ହେଲେ ଯୁବକ

add-all

ଯାଜପୁର: ପରିବାର ଲୋକଙ୍କୁ ପୁରୀ ଡାକି ନିଖୋଜ ହେଲେ ଯୁବକ। ଚାରି ଆଡ଼େ ଖୋଜାଖୋଜି କରି ବିଫଳ ହେବା ପରେ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗରବନ୍ଧ ଗ୍ରାମର ହରିଶ୍ଚନ୍ଦ୍ର ପୁରୀରୁ ନିଖୋଜ ହୋଇଯାଇଛନ୍ତି। ହରିଶ୍ଚନ୍ଦ୍ର ଭୁବନେଶ୍ୱରରେ କାମ କରୁଥିବା ବେଳେ ନିଜ ପରିବାର ଲୋକଙ୍କୁ ପୁରୀ ଡାକି ଥିଲେ।

ହେଲେ ପରିବାର ଲୋକେ ପୁରୀରେ ପହଞ୍ଚି ଖୋଜା ଖୋଜି କରିଥିଲେ। କିନ୍ତୁ ତାଙ୍କ ମୋବାଇଲ ସୁଇଚ ଅଫ ଥିଲା। ଏ ନେଇ ପରିବାର ଲୋକେ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରି ଘରକୁ ଫେରିଥିଲେ। ଘରକୁ ଆସିବା ପରେ ମଙ୍ଗଳପୁର ଥାନା ରେ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.