ବିପୁଳ ମଦ ସହ ଅଟୋ ଜବତ, ୫ ଗିରଫ

add-all

ଭଦ୍ରକ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି | ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା | ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ସାବରଙ୍ଗ ପୁରୁଣାବଜାର ଥାନା ଅଧିନସ୍ଥ ଅର୍ଣ୍ଣପାଳ ଛକ କେଶପୁର ହାତୀସାହି ବାଙ୍କା ବଜାର ପଠାଣ ମହଲା ଅଞ୍ଚଳରେ ଚଢାଉ କରାଯାଇ ୬୧,୨ଶହ ଲିଟର ବିଦେଶୀ ମଦ ଚାଲାଣ ହେଉଥିବା ୫ ଜଣ କୁ ଗିରଫ କରାଯାଇଛି | ଗିରଫ ବ୍ଯକ୍ତି ହେଲେ ଅର୍ଣ୍ଣପାଳ ପାଳ ଗ୍ରାମର ସହଦେବ ପୃଷ୍ଟି, କେଶପୁର ଗ୍ରାମର ରାଖାଲ ବେହେରା, ହାତୀ ସାହି ଗ୍ରାମର ପୂଣ୍ଣ ଚନ୍ଦ୍ର ରାଉତ, ବାଙ୍କା ବଜାର ଗ୍ରାମର ମହେଶ୍ବର ବେହେରା ପଠାଣ ମହଲା ଗ୍ରାମର ମୂରଲୀଧର ବେହେରା |

ଜବତ ମଦ ର ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | ଉକ୍ତ ଚଢାଉ ରେ ସରକାରୀ ଉପ ନିରୀକ୍ଷକ ପ୍ରହ୍ଲାଦ ସାମଲ ରମେଶ ନାୟକ, କନେଷ୍ଟବଳ ଅଜିତ କୁମାର ସିଙ୍କୁ ଆଦିତ୍ୟ ବାରିକ | ରୁଦ୍ର ନାରାୟଣ ଦାସ ସୁଦର୍ଶନ ପଲାଇ ରାମଚନ୍ଦ୍ର ନାୟକ ଜେମାମଣି ଜାମୁଡା ଶୁଭ୍ରା ମିନି ଦାସ ସୁଦର୍ଶନ ପଲାଇ ରାମଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ ଏହି ଚଢାଉ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସ ଙ୍କ ନିଦ୍ଦେର୍ଶ ରେ ହୋଇ ଥିବା ବେଳେ ଉପ ଅଧୀକ୍ଷକ ଅନିତା ପ୍ରଧାନ ଙ୍କ ନିଦ୍ଦେର୍ଶ ରେ ୫ଟି ମାମଲା ରୁଜୁ ହୋଇଛି |

ad-week
Leave A Reply

Your email address will not be published.