ଘୁର୍ଣ୍ଣିଝଡ଼ ରେ ନଦୀପାର ସମୟରେ ୨ ନିଖୋଜ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ବରେ ସୋମବାର ପୁଣି ଡଙ୍ଗା ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି। ରାତି ହୋଇଯାଇଥିବାରୁ ଖୋଜାଖୋଜି କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ ଉଭୟ ନାବାଳକଙ୍କୁ ଖୋଜିବାକୁ ଚେଷ୍ଟା କରିଥିବା ବେଳେ ସେମାନଙ୍କର ପତ୍ତା ମିଳିପାରିନାହିଁ। ନ‌ିଖୋଜ ନାବାଳକ ଦୁଇଜଣ ହେଲେ ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ୍ ପଞ୍ଚାୟତର ସିନ୍ଧିଗୁଡା ଗ୍ରାମର ସଞ୍ଜିତ କିଡିଙ୍ଗି (୧୫) ଓ ବଳରାମ କିଡିଙ୍ଗି (୧୪)। ନିଖୋଜ ଦୁଇ ନାବାଳକଙ୍କ ଖବର ପାଇ ମୁଦୁଲିପଡ଼ା ପୋଲିସ ଏବଂ ଅଗ୍ନି ବିଭାଗ ଟିମ୍ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦିନ ତମାମ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କିନ୍ତୁ କୌଣସି ସୁଫଳ ହେଲାନାହିଁ । ପୁଣି ଆଜି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଛନ୍ତି ।

ad-week
Leave A Reply

Your email address will not be published.