ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

add-all

ଫୁଲବାଣୀ : ଓଡ଼ିଶା ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ ” ମୋ ଘର “ଯୋଜନାର ସଫଳ ରୂପୟନ ପାଇଁ ବାଲିଗୁଡ଼ା ବ୍ଲକ ଠାରେ ଏକ ସମ୍ମିଳନୀ ହୋଇଯାଇଛି । ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଛି । ବାଲିଗୁଡା ବ୍ଲକ CP ନୀଳମାଧବ ପଣ୍ଡା, ACP ଶାନ୍ତୁନୁ କୁମାର ମହାପାତ୍ର, BPC ସୁନିତ ସିଂହ ଵିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବାଲିଗୁଡା ବ୍ଲକର ପ୍ରତି ପଞ୍ଚଯାତରେ ଥିବା ମୋ ସେବା କେନ୍ଦ୍ର ଏବଂ ଜନସେବା କେନ୍ଦ୍ରର ପରିଚାଳନା କରୁଥିବା ସବୁ VLE ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପ୍ରତି ଗ୍ରାମଞ୍ଚଳରେ ଯେପରି ଏହି ଯୋଜନା ଜନସାଧାରଣ ମାନଙ୍କ ପାଖରେ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ବାଲିଗୁଡା BDO ” ମୋ ଘର “ଯୋଜନା କୋଉ ବ୍ୟକ୍ତି ମାନେ ପାଇ ପାରିବେ ଏବଂ କୋଉ ବ୍ୟକ୍ତି ଏହି ଯୋଜନା ରୁ ବାଦ ପଡିବେ ତାହା ଉପରେ ଆଲୋଚନା କରିଥିଲେ । ବାଲିଗୁଡା ବ୍ଲକ ରେ ଯେପରି ଗରିବ ଓ ନିମ୍ମ ମଧ୍ୟବିତ ପରିବାର ଏହି ଯୋଜନା ଅଧିକ ରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇପାରିବେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ad-week
Leave A Reply

Your email address will not be published.