ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷା ଫଳ

add-all

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦା ମୂଳକ ଶିକ୍ଷା ପରୀକ୍ଷା ଫଳ। ଅପରାହ୍ନ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍‌ଟ ପ୍ରକାଶ ପାଇବ। www.chseresults.nic.in ରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର।

ଚଳିତବର୍ଷ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୫ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇ କଳାରେ ଦୁଇ ଲକ୍ଷ ୧୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେହିପରି ଧନ୍ଦା ମୂଳକ ଶିକ୍ଷାରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ad-week
Leave A Reply

Your email address will not be published.