ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ

add-all

ଭୁବନେଶ୍ବର: ରାଜ୍ୟ ସରକାର ବୁଧବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କୁ କ୍ୟାପିଟାଲ୍‌ ରିଜନ ଅର୍ବାନ୍‌ ଟ୍ରାନ୍ସପୋର୍ଟ (କ୍ରୁଟ୍‌)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି।

୧୯୯୬ ବ୍ୟାଚ୍‌ର ଆଇପିଏଏସ୍‌ ଶ୍ରୀ ବୋଥ୍ରା ଏଡିଜି କ୍ରାଇମ୍‌ବ୍ରାଞ୍ଚ ସହ ‘କ୍ରୁଟ୍‌’ର ଦାୟିତ୍ବ ତୁଲାଇବେ। ବର୍ତ୍ତମାନ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର ତଥା ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ବିଜୟ ଅମୃତା କୁଲାଙ୍ଗେଙ୍କ ‘କ୍ରୁଟ୍‌’ର ଅତିରିକ୍ତ ଦାୟିତ୍ବରେ ଅଛନ୍ତି। ସେହିପରି ଏଡିଜି (ଜେଲ୍‌) ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି)ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି।

ad-week
Leave A Reply

Your email address will not be published.