ଜୁଲଫିକରଙ୍କ ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନରେ ଚର୍ଚ୍ଚା

add-all

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଏ-ଇନସାଫ ସୁପ୍ରିମୋ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ତାଙ୍କ ଦଳର ନେତାଙ୍କୁ ବର୍ତ୍ତମାନର ଶେହବାଜ ସରିଫ୍ ସରକାର ବିଭିନ୍ନ ମାମଲାରେ ଗିରଫ କରୁଛନ୍ତି। ସେପଟେ ବୁଧବାର ବେଲୁଚିସ୍ତାନରେ ଏକ ଘଟଣା ଘଟିଛି, ଯାହା ପରେ ଅନୁମାନ କରାଯାଉଛି ଯେ ଇମ୍ରାନ ଖାଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କ ପରିଣତି ଭୋଗିପାରନ୍ତି । ଜୁଲଫିକରଙ୍କ ଭଳି ଭଳି ଇମ୍ରାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
ଗତ ମଙ୍ଗଳବାର ବେଲୁଚିସ୍ତାନରେ ଜଣେ ଓକିଲଙ୍କୁ ହତ୍ୟା କରାଯାଇଛି। ଅବ୍ଦୁଲ ରଜାକ୍ ନାମକ ଏହି ଓକିଲ ଇମ୍ରାନ ଖାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ବେଲୁଚିସ୍ତାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇମ୍ରାନ୍ ଖାଁ ଏବଂ ତାଙ୍କ ଦଳର ନେତାମାନେ ତାଙ୍କ ବାପାଙ୍କୁ ହତ୍ୟା କରିଛନ୍ତି ବୋଲି ମୃତ ଓକିଲଙ୍କ ପୁଅ ମାମଲା ଦାୟର କରିଛନ୍ତି ।
ତେବେ ଏହି ଘଟଣା ସହ ଜୁଲଫିକର ମୃତ୍ୟୁଦଣ୍ଡର କଣ ସମାନତା ରହିଛି ?
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କୁ ୧୯୭୯ ଏପ୍ରିଲ ୪ରେ ଫାଶୀ ଦିଆଯାଇଥିଲା । ଏହା ପୂର୍ବରୁ ସେନାମୁଖ୍ୟ ଜିଆ ଉଲ ହକ୍ କ୍ଷମତା ପରିବର୍ତ୍ତନ କରି ନିଜେ ରାଷ୍ଟ୍ରପତି ହୋଇଯାଇଥିଲେ ଓ ଭୁଟ୍ଟୋଙ୍କୁ ଜେଲରେ ଭର୍ତ୍ତି କରିଦେଇଥିଲେ । ଏହାର କିଛି ବର୍ଷ ପୂର୍ବରୁ ମହମ୍ମଦ ଖାଁ କସୁରୀ ନାମକ ଓକିଲଙ୍କ ହତ୍ୟା କରାଯାଇଥିଲା । ସେ ଭୁଟ୍ଟୋଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଥିଲେ । ଏହି ହତ୍ୟା ମାମଲାରେ ଭୁଟ୍ଟୋଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଫାଶୀ ଦିଆଯାଇଥିଲା । ଇମ୍ରାନଙ୍କ କ୍ଷେତ୍ରରେ ସମାନ ଘଟଣା ଘଟୁଥିବା ପାକିସ୍ତାନରେ ତାଙ୍କ ଫାଶୀ ନେଇ ଚର୍ଚ୍ଚା ହେଉଛି ।

ad-week
Leave A Reply

Your email address will not be published.