ଅଧା ଦୁଇ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିଲାଣି

add-all

ମୁମ୍ବାଇ : ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ନିଷ୍ପତ୍ତି ପରେ ବ୍ୟାଙ୍କକୁ ଏହା ଫେରିବା ଆରମ୍ଭ ହୋଇଛି। ପ୍ରତ୍ୟାହାର ନିଷ୍ପତ୍ତି ପୂର୍ବରୁ ଭାରତୀୟ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କିଆ ନୋଟ ମଧ୍ୟରୁ ୫୦% ବ୍ୟାଙ୍କକୁ ଫେରି ସାରିଲାଣି।
୨୦ ଦିନ ମଧ୍ୟରେ ୫୦% ୨ ହଜାର ଟଙ୍କିଆ ନୋଟ ଫେରିଥିଲା। ଫେରିଥିବା ଦୁଇ ହଜାର ଟଙ୍କିଆ ନୋଟର ମୂଲ୍ୟ ୧.୮ ଲକ୍ଷ କୋଟି ଟଙ୍କା ବୋଲି ଆରବିଆଇ କହିଛି।
ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ମୋଟ ୩.୬୨ ଲକ୍ଷ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ରହିଥିଲା। ଏହା ମଧ୍ୟରୁ ୧.୮ ଲକ୍ଷ ଟଙ୍କା ବ୍ୟାଙ୍କକୁ ଫେରି ସାରିଛି। ନୋଟ ଫେରସ୍ତ କରିବା ପାଇଁ ଆରବିଆଇ ଲୋକମାନଙ୍କୁ ସେପ୍ଟେମ୍ବର ୩୦ ଯାଏ ସମୟ ଦେଇଛି।
ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ କହିଛନ୍ତି ଯେ ନୋଟ ବଦଳାଇବା ପାଇଁ ଧାର୍ଯ୍ୟ ସମୟର ଶେଷ ମୁହୂର୍ତ୍ତ ଅର୍ଥାତ ସେପ୍ଟେମ୍ବର ମାସର ଶେଷ ୧୦ରୁ ୧୫ ଦିନ ମଧ୍ୟରେ ଲୋକମାନେ ଭିଡ଼ ନ କରନ୍ତୁ। ସେପ୍ଟେମ୍ବର ୩୦ ଯାଏ ଲୋକମାନେ ନୋଟ ଜମା କରିପାରିବେ କିମ୍ବା ବଦଳାଇ ପାରିବେ। ବଦଳ ପାଇଁ ଆରବିଆଇ ପାଖରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ମେ’ ୧୯ ତାରିଖରେ ହଠାତ୍‌ ଆରବିଆଇ ବଜାରରେ ପ୍ରଚଳିତ ଥିବା ୨ ହଜାର ଟଙ୍କା ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଥିଲା। ଲୋକମାନେ ଗୋଟିଏ ଥରରେ ୨୦ ହଜାର ଟଙ୍କା ବଦଳାଇ ପାରିବେ। ଏହି ପ୍ରକ୍ରିୟା ସେପ୍ଟେମ୍ବର ୩୦ ଯାଏ ଜାରି ରହିବ ବୋଲି ଆରବିଆଇ କହିଛି।

ad-week
Leave A Reply

Your email address will not be published.