ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି – ସିଦ୍ଧୁଙ୍କ ପତ୍ନୀ

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଓ ଭଗବନ୍ତ ମାନଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ କୌରଙ୍କ ଏକ ବୟାନ ଚର୍ଚ୍ଚାରେ ରହିଛି।
ନବଜୋତ କହିଛନ୍ତି, ‘ମୋର ସ୍ବାମୀ ମୁଖ୍ୟମନ୍ତ୍ରୀ ଚୌକିକୁ ଭଗବନ୍ତ ମାନଙ୍କୁ ଉପହାରରେ ଦେଇ ଦେଇଛନ୍ତି। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବବିନ୍ଦ କେଜ୍ରିୱାଲ ଚାହୁଁଥିଲେ କି ନବଜୋତ କୌର ସିଦ୍ଧୁ ପଞ୍ଜାବର ଆମ ଆଦମୀ ପାର୍ଟିର ନେତୃତ୍ବ ନିଅନ୍ତୁ। କିନ୍ତୁ ସେ ଦଳ ସହିତ ବିଶ୍ବାସଘାତକ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।
ନବଜୋତ ଟୁଇଟ କରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ମୁଁ ଆପଣଙ୍କ ଏକ ରହସ୍ୟ ଉପରୁ ପରଦା ଉଠାଉଛି। ଆପଣଙ୍କ ନିଜର ସବୁଠାରୁ ବରିଷ୍ଠ ନେତା ଚାହୁଁଥିଲେ ନବଜୋତ ସିଂହ ସିଦ୍ଧୁ ପଞ୍ଜାବର ନେତୃତ୍ବ ନିଅନ୍ତୁ। ଏଥିପାଇଁ ସେ ବିଭିନ୍ନ ମାଧ୍ୟରେ ସିଦ୍ଧୁଙ୍କ ସହିତ ସମ୍ପର୍କ ବି କରିଥିଲେ। ଏହା ଆପଣ ଜାଣି ରଖନ୍ତୁ।’

ଏଥିସହିତ ସିଦ୍ଧୁଙ୍କ ଧର୍ମପତ୍ନୀ କହିଛନ୍ତି, ନବଜୋତ ସିଦ୍ଧୁ ସବୁବେଳେ ପଞ୍ଜାବର କଲ୍ୟାଣ କଥା ଚିନ୍ତା କରନ୍ତି। ସେ ଏଥିପାଇଁ ନିଜର ସର୍ବସ୍ବ ଦାନ କରି ଦେଇଛନ୍ତି।

ad-week
Leave A Reply

Your email address will not be published.