ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୃତଦେହ ନେବାକୁ ଆସୁଥିବା ଲୋକଙ୍କ ସହ ଆଲୋଚନା କରିବା ପରେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ପରୀକ୍ଷା କରାଯିବ ବୋଲି କହିଛନ୍ତି। ଯେଉଁମାନଙ୍କ ମୃତଦେହ ଚିହ୍ନଟ ହୋଇସାରିଛି ସେମାନଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଦାନ ପ୍ରଦାନ ସହିତ ମୃତଦେହ ହସ୍ତାନ୍ତର କରାଯାଉଛି । ଏଯାଏ ହସପିଟାଲରେ ୮୨ଟି ମୃତ ଶରୀର ରହିଛି । ଯାହାକି ଏଯାଏ ଚିହ୍ନଟ ହୋଇପାରିନି ।

ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଆତ୍ମୀୟସ୍ୱଜନ ମେଡିକାଲରେ ପହଂଚିଥିବା ବେଳେ ଚିହ୍ନଟ ପ୍ରୟାସ ଜାରି ରହିଛି । ପୋଷ୍ଟମର୍ଟମ ରିପୋର୍ଟ ସହ ସମସ୍ତ ରିପୋର୍ଟ ସହ ସହାୟତା ମଧ୍ୟ ଦିଆଯାଉଛି । ଡିଏନଏ ହିଁ ଏକମାତ୍ର ରାସ୍ତା ମୃତଦେହ ଚିହ୍ନଟ କରିବାରେ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ କରାଯାଉଛି । ଆଧାରକାର୍ଡ ପରିଚୟ ପତ୍ର ଆଦି ଯାଞ୍ଚ ପରଖ କଲାପରେ ହିଁ ମୃତଦେହ ହସ୍ତାନ୍ତର କରାଯାଉଛି । ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଅନେକ ଲୋକ ଏବେବି ନିଖୋଜ କଥା ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଘଟଣା ଦିନ ପ୍ରାୟ 1 ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହୁଏତ ଏଠାକୁ ଖୋଜିବାକୁ ଆସି ନିରାଶ ହେଉଥିବା ଲୋକଙ୍କ ସମ୍ପର୍କୀୟ କୌଣସି ଡାକ୍ତରଖାନାରେ ଚିକିତ୍ସିତ ହୋଇଥାଇପାରନ୍ତି ।

ad-week
Leave A Reply

Your email address will not be published.