ବିର୍ସା ମୁଣ୍ଡାଙ୍କ ସହିଦ ଦିବସରେ ଆଦିବାସୀଙ୍କ ଜଙ୍ଗଲ ଉପରେ ଅଧିକାର ଦାବିକଲା ପୂଜ୍ୟପୂଜା ସମିତି

add-all

ବ୍ରହ୍ମପୁର(9/6) : ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା କ୍ରାନ୍ତିକାରୀ ନେତା ବିର୍ସା ମୁଣ୍ଡାଙ୍କ 124 ତମ ସହିଦ ଦିବସକୁ ଯଥା ମର୍ଯ୍ୟାଦାର ସହ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପାଳନ କରିଛି l ଏହି ଅବସରରେ ସ୍ଥାନୀୟ ଏମକେସିଜି ମେଡିକାଲ ଛକଠାରେ ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା l ବ୍ରିଟିଶ ସାମ୍ରାଜ୍ୟବାଦ ବିରୁଦ୍ଧରେ ଲଢେଇ କରି ବ୍ରିଟିଶର ନିଦ ହଜାଇଦେଇଥିବା କ୍ରାନ୍ତିକାରୀ ବିର୍ସା ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଥିଲେ l ବିଶେଷକରି ଆଦିବାସୀଙ୍କୁ ମେଳି କରି ସେମାନଙ୍କୁ ଶିକ୍ଷିତ, ସଂଗଠିତ କରି ସେ କେବଳ ବ୍ରିଟିଶ ବିରୁଦ୍ଧରେ ଲଢେଇ କରିନାହାନ୍ତି, ବରଂ ଅନ୍ଧ ବିଶ୍ୱାସ, କୁସଂସ୍କାର, ଜମିଦାରୀ ସମାନ୍ତବାଦୀ ଶୋଷଣ ବ୍ୟବସ୍ଥା ବିରୁଦ୍ଧରେ ବିର୍ସା ମୁଣ୍ଡା ଲଢେଇକୁ ଶକ୍ତିଶାଳୀ କରିଥିଲେ l ଜମିଦାର ଓ ମହାଜନ ମାନେ ଆଦିବାସୀ ମାନଙ୍କ ଜମି ହରଣ କରୁଥିଲେ l ଜମି, ଜଙ୍ଗଲ, ଭିଟାମାଟି ସହ ଆଦିବାସୀ ସଂସ୍କୃତି ମଧ୍ୟ ଆଦିବାସୀମାନେ ହରାଇଲେ l ଫଳରେ 1789ମସିହାରେ ବିଦ୍ରୋହ ଆରମ୍ଭ ହେଲା ଛୋଟନାଗପୁରର ପାଞ୍ଚ ପରଗଣାରୁ l

ବର୍ତମାନର ନୂତନ ଜଙ୍ଗଲ ସରଂକ୍ଷଣ ଅଧିନିୟମ,2022କୁ ଲାଗୁକରି ଜଙ୍ଗଲକୁ ଅଣଜଙ୍ଗଲରେ ପରିଣତ କରି ସବୁଦିନ ପାଇଁ ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କୁ ନିଜ ଜଙ୍ଗଲ ଅଧିକାରରୁ ବଂଚିତ କରିବାକୁ ଷଡଯନ୍ତ୍ର କରୁଛନ୍ତି ବର୍ତମାନର ନିର୍ବାଚିତ ସରକାରମାନେ l ଏଣୁ ବିର୍ସା ମୁଣ୍ଡାଙ୍କ ସହିଦ ଦିବସରେ ଜଙ୍ଗଲ ସରଂକ୍ଷଣ ଅଧିନିୟମ, 2022କୁ ପ୍ରତ୍ୟାହାର କରି ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ପାଇଁ ସମିତି ଦାବୀ କରିଛି l ଆଜିର ଏହି ସ୍ମରଣ ସଭାରେ ସମ୍ପାଦକ ଏସ.ଶାମ୍ବାଶିବା ରାଓ ପରିଚାଳନାରେ ସହଯୋଗ କରିଥିବାବେଳେ ଜଟେଶ୍ୱର ସାବତ,ସୁରେନ୍ଦ୍ର ନାଥ ପଣ୍ଡା,କେ. ଗୁରୁମୂର୍ତ୍ତି,ରାମଚନ୍ଦ୍ର ସାହାଣୀ, କେ.ଭି. ଆର ସୁବୁଦ୍ଧି,କବିରାଜ ସାହୁ, ଗଗନ ଚନ୍ଦ୍ର ମଲ୍ଲିକ,ସୁବାଷ ଚନ୍ଦ୍ର ମିଶ୍ର,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ବୃନ୍ଦାବନ ପରିଡା, ସନ୍ତୋଷ କୁମାର ପାତ୍ର,ପ୍ରଶାନ୍ତ କୁମାର ପଣ୍ଡା, ଡମ୍ବୁରୁଧର ସାହୁ,ଅଶୋକ ନିମାଇଁ, ପ୍ରଶାନ୍ତ କୁମାର ନାୟକ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.