ମେଡିକାଲ ଅବ୍ୟବସ୍ଥା ନେଇ ଜିଲ୍ଲା ମିଡିଆ ଫୋରମର ଦାବିପତ୍ର ପ୍ରଦାନ : ସିଡ଼ିଏମଓଙ୍କ ସ୍ଥିତି ଅନୁଧ୍ୟାନ…

add-all

ଫଲବାଣୀ: ଫୁଲବାଣୀ ମେଡ଼ିକାଲର ବିଭିନ୍ନ ସମସ୍ୟା ତଥା ମେଡ଼ିକାଲକୁ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଓ ସିଡ଼ିଏମଓ ମନୋଜ କୁମାର ଉପାଧ୍ୟୟଙ୍କୁ ଜିଲ୍ଲା ମିଡ଼ିଆ ଫୋରମ ଫକ୍ଷରୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ମୁତାବକ ଡ଼ାଇଲିସିଶ ବିଭାଗରେ ରୋଗିଙ୍କଠାରୁ ଲାଞ୍ଚ ନିଆଯିବା, ରୋଗୀଙ୍କ ରକ୍ତ ନମୁନାର ଭୁଲ ରିପୋଟ ଦେବା ଆଉଟ ଡ଼ୋରରେ ଡ଼ାକ୍ତମାନେନ ରହି କ୍ଲିନିକରେ ଅଧିକାଂଶ ସମୟ ଦେବା, ସାମ୍ବାଦିକ ପ୍ରଶ୍ନ କଲେ ଦୁର୍ବ୍ୟବହାର କରିବା, ଜନ ଔଷଧରେ ମେଡ଼ିସିନନ ମିଳିବା ଓ ମେଡ଼ିକାଲରେ ମେଡ଼ିସିନ ଓ ଅନ୍ୟାନ୍ୟ ବିଭାଗରେ ବିଶେଷଜ୍ଞ ଡ଼ାକ୍ତର ନ ଥିବା ଭଳି ସମସ୍ୟା ରହିଛି । ଜିଲ୍ଲା ମିଡ଼ିଆ ଫୋରମର ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ପଟ୍ଟନାୟକ, ଅଜିତ ମହାରଣା, ତ୍ରିନାଥ ସାହୁ , ଉପ ସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସନ୍ତୋଷ ଦିଗାଲ, ଶିବ ବିଶ୍ୱାଳ ଶିବରାମ ନାୟକ, ବ୍ରଜ ମୋହନ ନାୟକ,ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ଵୈଦ୍ୟ ନାଥ ନାୟକ, ପ୍ରଶାନ୍ତ କୁମାର ଜେନା, ଲଷ୍ମୀ ନାରାୟଣ ପଟ୍ଟନାୟକ, ସତ୍ୟ ନାରାୟଣ ବେହେରା, ସଭାପତି ସୁନିଲ ବିଶ୍ଵାଳ ଓ ସମ୍ପାଦକ ସୁର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ପାଟିଲ ନିଜେ ଏହାର ଅନୁଧ୍ୟାନ କରିବା ସହ ସିଡ଼ିଏମଓକୁ ମଧ୍ୟ ତଦନ୍ତ ପାଈଁ ନିର୍ଦ୍ଧେଶ ଦେଇଥିଲେ । ସିଡ଼ିଏମଓ ଆଜି ଡ଼ାଇଲିସି ବିଭାଗକୁ ଯାଇ ରୋଗିମାନଙ୍କ ସହିତ ସମସ୍ୟା ଉପରେ କଥା ହେବା ସହ ବିଭିନ୍ନ ବିଭାଗ ବୁଲି ସ୍ଥିତି ପରଖିଥିଲେ । ସାମ୍ବାଦିକଙ୍କୁ ଦୁଃବ୍ୟବହାର ନେଇ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଡ଼ିଏମଓ ଶ୍ରୀ ଉପାଧ୍ୟାୟ କହିଛନ୍ତି ।

ad-week
Leave A Reply

Your email address will not be published.