ଭଦ୍ରକ ଜିଲ୍ଲା କଂଗ୍ରେସର ଦ୍ୱିତୀୟ ଥର ପାଇଁ ସଭାପତି ହେଲେ ଅଶୋକ ଦାସ

add-all

ବାସୁଦେବପୁର : ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଭାବରେ ଅଶୋକ କୁମାର ଦାସ ଙ୍କୁ ଦ୍ଵିତୀୟ ଥର ପାଇଁ ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏ ଆଇ ସି ସି ପକ୍ଷ ରୁ ଏ ବାବଦ ରେ ଘୋଷଣା କରାଯାଇଛି। ଅଶୋକ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ୨୦୧୯ ନିର୍ବାଚନ ରେ ବିଧାନ ସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। କଂଗ୍ରେସ ପକ୍ଷରୁ ୨୦୧୭ ମସିହା ରେ ଜିଲ୍ଲା ସଭାପତି ଭାବ ରେ ନିଯୁକ୍ତି ଦିଆ ଯାଇ ଥିଲା। ପରେ ଉତ୍ତମ ପାରଦର୍ଶିତା ପାଇଁ ତାଙ୍କୁ ପି ସି ସି ସାଧାରଣ ସମ୍ପାଦକ ପରେ ଏ ଆଇ ସି ସି କମିଟି କୁ ନିଆ ଯାଇଥିଲା। ପୁଣି ଥରେ ତାଙ୍କୁ ସଭାପତି ଭାବରେ ଘୋଷଣା କରାଯାଇଥିବାରୁ କର୍ମୀ ମାନଙ୍କ ମନ ରେ ଖୁସି ର ଲହରୀ ଖେଳି ଯାଇଛି। ସମସ୍ତ ଙ୍କୁ ଏକତ୍ରିତ କରି ଭଦ୍ରକ ଜିଲ୍ଲା ରେ ସଂଗଠନ କୁ ଆଗେଇ ନେବେ ବୋଲି ଅଶୋକ କହିଛନ୍ତି। ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ଅଶୋକ ଦାସ ଙ୍କ ଜିଲ୍ଲା ସଭାପତି ଘୋଷଣା ପରେ କଂଗ୍ରେସ କାର୍ଯ୍ୟଳୟ ରେ କର୍ମୀ ମାନେ ମିଠା ବଣ୍ଟି ଖୁସି ମନାଇ ଥିଲେ।

ad-week
Leave A Reply

Your email address will not be published.