୩୫୦୦ଲିଟର ମହୁଲ ପୋଚ ନଷ୍ଟକଲେ ଅବକାରୀ ଓ ପୋଲିସ

add-all

ବ୍ରହ୍ମପୁର : ବ୍ରହ୍ମପୁର ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ୩୫୦୦ଲିଟର ମହୁଲ ପୋଚ ନଷ୍ଟ କରାଯାଇଛି।
ଆଜି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ନିର୍ଦେଶ କ୍ରମେ ବ୍ରହ୍ମପୁର ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା। ଜରଡ଼ା ଥାନା ଅନ୍ତର୍ଗତ ତୁମ୍ବା ଆଉଟ ପୋଷ୍ଟ ଅନ୍ତର୍ଗତ ବଦଝୋଲାଶାସନ ଗ୍ରାମର ନିକଟରେ ଥିବା ଜଙ୍ଗଲ ମଧ୍ୟରେ ଚଢଉ କରି ବେଆଇନ ଭାବେ ପ୍ରସ୍ତୁତ କରାଯାଇଥିବା ସୂଚନା ପାଇ ଦେଶୀ ମଦ ପଚକୁ ନଷ୍ଟ କରିଦିଆ ଯାଇଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।ତେବେ ଏହି ସଂକ୍ରାନ୍ତ ରେ କାହାକୁ ଗିରଫ କରାଯାଇ ନ ଥିବା ଏସପି ଶ୍ରୀ ବିବେକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.