ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ ଶ୍ରୀଗଣେଶନ୍‌

add-all

ଭୁବନେଶ୍ୱର: ପ୍ରଦୀପ ଜାଳିଲା ବେଳେ ଲିଭିଗଲା ଜୀବନ ଦୀପ। ଦର୍ଶକଙ୍କ ସମ୍ମୁଖରେ ମଞ୍ଚ ଉପରେ ଟଳି ପଡ଼ିଲେ ନୃତ୍ୟଗୁରୁ । ଏହି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆୟୋଜିତ ଶ୍ରୀ ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମରେ ।

ରାଷ୍ଟ୍ରୀୟ ଜୟଦେବ ସମାରୋହରେ ନୃତ୍ୟ ପରିବେଷଣ ସହ ଶ୍ରୀ ଜୟଦେବ ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିବାକୁ ସୁଦୂର ମାଲେସିଆରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ ଶ୍ରୀଗଣେଶନ୍‌। ଗତକାଲି ସଂଧ୍ୟାରେ ଅତିଥିମାନଙ୍କ ଗହଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଶ୍ରୀଗଣେଶନ୍‌। କିଛି ସମୟ ପରେ ଶ୍ରୀ ଜୟଦେବ ଅନ୍ତର୍ଜାତୀୟ ପୁରସ୍କାର ଗ୍ରହଣ କରିଥାନ୍ତେ। ବିଧିର ବିଧାନ ଥିଲା ଭିନ୍ନ। ଦୀପ ଲଗାଇସାରି ମଞ୍ଚର ମଝି ଭାଗକୁ ଆସୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ସେହି ମଞ୍ଚ ଉପରେ ହିଁ ଟଳି ପଡିଲେ। ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ରହିଛି। ଆଜି ସେ ମାଲେସିଆ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା ବୋଲି ଆୟୋଜକ ଜଗବନ୍ଧୁ ଜେନା ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.