ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର

add-all

ବାଲେଶ୍ୱର : ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ସୋମନାଥ ସାମଲ, ପର୍ଶୁରାମ ନାୟକ ଓ ରାଜେଶ ନାୟକ।

ଗତକାଲି ସନ୍ଧ୍ୟାରେ ଦୋକାନୀ ଓ ସ୍ଥାନୀୟ ଲୋକମାନେ କଥାର ସମାଧାନ ପାଇଁ ଆଲୋଚନା କରୁଥିଲେ ।ଏହି ସମୟରେ କିଛି ଯୁବକ ଅଶାଳୀନ ମନ୍ତବ୍ୟ ଦେବାରୁ ଅନ୍ୟ କିଛି ଯୁବକ ସେମାନଙ୍କୁ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ କିଛି ଲୋକ ପୋଲିସକୁ ଖବର ଦେଇଥିଲେ। ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରିଥିଲେ। ଗଣ୍ଡଗୋଳ ଘଟଣାର ଭିଡିଓ ଭାଇରାଲ । ଗୋଟିଏ ଗୋଷ୍ଠୀକୁ ଅନ୍ୟ ଏକ ଗୋଷ୍ଠୀ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣ ବେଳେ ଖଣ୍ଡା, ଛୁରୀ ଓ ବ୍ଲେଡ ବ୍ୟବହାର କରାଯାଇଛି।

ad-week
Leave A Reply

Your email address will not be published.