ଆପଣଙ୍କ ମୋବାଇଲ୍‌ ଫୋନ ଚୋରି ହେଲେ ପ୍ରଥମେ କରିବେ କ’ଣ ?

add-all

ଭୁବନେଶ୍ବର: ଆଜିକାଲି ଅନେକ ଲୋକଙ୍କ ମୋବାଇଲ ହଜିଯାଉଛି କିମ୍ବା ଚୋରି ହୋଇଯାଉଥିବାର ଅଭିଯୋଗ ହେଉଛି। ଏଭଳି କ୍ଷେତ୍ରରେ ସେମାନଙ୍କୁ ଆଉ ହଇରାଣ ହେବାକୁପଡ଼ିବନି କି ଚିନ୍ତିତ ହେବାକୁ ପଡ଼ିବନି। କାରଣ ଏଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ପ୍ରତିକାରର ବ୍ୟବସ୍ଥା କରାଯାଇଛି।

ଜାଣନ୍ତୁ ଆପଣଙ୍କ ମୋବାଇଲ୍‌ ଫୋନ ଚୋରି ହେଲେ ପ୍ରଥମେ କରିବେ କ’ଣ ? ଯଦି ଆପଣଙ୍କ ମୋବାଇଲ ଫୋନ ହଜିଯାଏ କିମ୍ବା ଚୋରି ହୋଇଯାଏ ତେବେ ନିଜକୁ ଅଯଥା ଭାରାକ୍ରାନ୍ତ ନକରି ପ୍ରଥମ ପଦକ୍ଷେପ ସ୍ୱରୂପ ceir.sancharsaathi.gov.in/Home/index.jsp ଲିଙ୍କରେ କ୍ଲିକ୍‌ କରି ନିଜ ମୋବାଇଲକୁ ବ୍ଲକ୍‌ କରନ୍ତୁ । ଏହି ପଦକ୍ଷେପ ଆପଣଙ୍କୁ ବଡ଼ ସାଇବର ଠକେଇରୁ ରକ୍ଷା କରିପାରିବ । ଏନେଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ଏକ ସଚେତନତା ଭିଡିଓ ଜାରି କରିଛି ।

ad-week
Leave A Reply

Your email address will not be published.