ପ୍ରି ଆକ୍ଟିଭେଟେଡ ସିମ୍‌ ରାକେଟ୍‌ର ପର୍ଦ୍ଦାଫାସ୍‌, ପୁରୀରୁ ୮ ଜଣଙ୍କୁ ବାନ୍ଧିଲା ସାଇବର ପୋଲିସ

add-all

କଟକ: କଟକ ସାଇବର ଥାନା ପୁଲିସକୁ ବଡ ସଫଳତା ମିଳିଛି। ପୁଲିସ ହାତରେ ଧରାପଡ଼ିଛନ୍ତି ସିମ ଚାଲାଣକାରି ଗ୍ୟାଙ୍ଗ୍‌ର ୮ ଜଣ ସଦସ୍ୟ। ଏହି ଗ୍ୟାଙ୍ଗର ସଦସ୍ୟମାନେ ପୁରୀରୁ ଦେଶର ବିଭିନ୍ନ ରାଜ୍ୟକୁ ମୋବାଇଲ ସିମ ଯୋଗାଉଥିଲେ। ସେମାନେ ଯୋଗାଉଥିବା ସିମ୍‌ଗୁଡ଼ିକ ମଧ୍ୟରୁ କିଛି ଆକ୍ଟିଭ୍‌ ରହୁଥିଲା। ପୁଲିସ ହାତରେ ଗିରଫ ଅଭିଯୁକ୍ତମାନେ ହେଲେ ବାବୁନା ଦାସ, ରାକେଶ କୁମାର ନାୟକ, ବିଶ୍ୱଜିତ ଷଡ଼ଙ୍ଗୀ, ବିଶ୍ୱଜିତ ପ୍ରଧାନ, ମହାବୀର ଦାସ, ଜ୍ୟୋତିରଞ୍ଜନ ସାହୁ, ଜ୍ଞାନରଂଜନ ପାତ୍ର ଓ ସୌମ୍ୟରଞ୍ଜନ ଖଣ୍ଡାୟତ। ଏମାନେ ଟେଲିକମ କମ୍ପାନିର କର୍ମଚାରୀ ଭାବରେ କାମ କରୁଥିଲେ। କମ୍ପାନିର ସିମ ବିକ୍ରିର ଚାପ ସାଙ୍ଗକୁ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶାରେ ଏମାନେ ଏହି କରବାର କରୁଥଲେ।

କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଗତ ୫ମାସ ଧରି ଏମାନେ ଦିଲ୍ଲୀ, ଆସାମ, ପଶ୍ଚିମ ୟୁପି ଆଦି ରାଜ୍ୟକୁ ସିମ ଯୋଗାଉଥିଲେ। ପାଖାପାଖି ୫ହଜାର ସିମ ଏମାନେ ଆକ୍ଟିଭ କରି ଏଜେଣ୍ଟମାନଙ୍କୁ ବିକ୍ରି କରିଛନ୍ତି । ଜଣେକା ୩ଲକ୍ଷରୁ ଊର୍ଦ୍ଧ୍ବ  ଟଙ୍କା ରୋଜଗାର କରିଛନ୍ତି। ସାଇବର କ୍ରାଇମରେ ବ୍ୟବହାର ହୋଇଥିବା ୨ଟି ସିମ ଓଡ଼ିଶାରୁ ଆକ୍ଟିଭ ହୋଇଥିବା ଜଣାପଡିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଆଜି ଏମାନଙ୍କୁ ଗିରଫ କରାଯିବା ସହିତ ତାଙ୍କ ଠାରୁ ୮୦୦ସିମ ୧୬ମୋବାଇଲ ଫୋନ ଜବତ ହୋଇଛି। ପୁଲିସ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଜ୍ୟୋତି ଓ ବିଶ୍ୱଜିତକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି। ଜ୍ୟୋତି ଆସାମରୁ ଏହି କାରବାରର ଟ୍ରେନିଂ ନେଇ ଆସିବା ପରେ ଗାଁ ବିଲ ମଝିରେ ଏକ ତମ୍ବୁ ପକାଇ ଏହି ସିମ ଆକ୍ଟିଭ କାମ କରୁଥିଲା। ସେ ଏଗୁଡିକୁ ଆସାମର ଏଜେଣ୍ଟକୁ ଦେଇ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲା।

ସେହିପରି ବିଶ୍ୱଜିତ ଅନ୍ୟ ସଦସ୍ୟଙ୍କ ଠାରୁ ଆକ୍ଟିଭ ସିମ ସଂଗ୍ରହ କରି ଦିଲ୍ଲୀର ଏଜେଣ୍ଟକୁ ବିକ୍ରି କରୁଥିବା ଜଣାପଡିଛି। ସାଧାରଣ ଲୋକଙ୍କୁ ପ୍ରଲୋଭିତ କରି ତାଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଅଜଣାତରେ ତାଙ୍କ ନା ସିମ ଠୁଳ କରୁଥିଲେ ଏମାନେ। ଖୁବଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନେ ମଧ୍ୟ ଗିରଫ ହେବେ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.