ପାୱାର କଟ ହେଉନାହିଁ, ଭିତ୍ତିଭୂମି ଅସୁବିଧା ଯୋଗୁଁ କଟୁଛି ଲାଇନ : ଶକ୍ତି ମନ୍ତ୍ରୀ

add-all

ଭୁବନେଶ୍ୱର: ରାଜ୍ୟରେ ପାୱାର ସଟେଜ ନାହିଁ। ପାୱାର କଟ କେଉଁଠି ହେଉନାହିଁ । ପବନ ହେଲେ ଲାଇନ କାଟିବାକୁ ବାଧ୍ୟ । କାଳ ବୈଶାଖୀ ଦ୍ୱାରା ଅନେକ ସ୍ଥାନରେ ଖୁଣ୍ଟ ପଡ଼ି ଯାଇଛି। ଖୁଣ୍ଟ ଲଗେଇକି ତାର ଲଗେଇବା ସମୟ ସାପେକ୍ଷ। ଯେଉଁଠି ଦୁଇ ତିନି ଘଣ୍ଟା ଲାଇନ କଟୁଛି ଏଇଟା ଭିତ୍ତିଭୂମି ଅସୁବିଧା ପାଇଁ ହେଉଛି।

ସେପଟେ ଅସହ୍ୟ ତାତି ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ୍‌ ହେଉଛି। ଏପରିକି ଘଣ୍ଟା ଘଣ୍ଟା ଧରି ଲାଇନ ରହୁନଥିବା ଲୋକମାନେ ଅଭିଯୋଗ ହୋଇଛି । ସେହିପରି ଲୋ ଭୋଲଟେଜ ସମସ୍ୟା । ଫଳରେ ଫ୍ୟାନ, କୁଲର ବି ଚାଲୁନି । ବିଶେଷକରି ରାତିରେ ବିଜୁଳି କାଟ୍‌ ଲୋକଙ୍କ ଦୁଃଖ ବଢ଼ାଇ ଦେଉଛି । ଘନ ଘନ ବିଦ୍ୟୁତ କାଟ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ବର୍ଷା ପବନ ହେଲେ ଘଣ୍ଟା ଘଣ୍ଟା ଲାଇନ କଟୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ad-week
Leave A Reply

Your email address will not be published.