କମଳା ପ୍ରକାଶନୀ ପକ୍ଷରୁ ଦହିପଣା ବଣ୍ଟନ

add-all

ଫୁଲବାଣୀ : ପ୍ରବଳ ଖରାରେ ଭାଜି ହେଉଛି ସମଗ୍ର କନ୍ଧମାଳ l ସକାଳ ୭ ଟା ପରେ ଛତା ଚଷମା ନନେଲେ ଘରୁ ବାହାରି ବା କଷ୍ଟ ହୋଇ ପଡୁଛି l ତଥାପି ଅଫିସ କାମ, ଦୋକାନ ବଜାର କାମ ପାଇଁ ଲୋକମାନେ ଯିବାକୁ ବାଧ୍ୟ, ଏହିପରି ପରିସ୍ଥିତି ରେ ଅଧିକାଂଶ ଲୋକ ଥଣ୍ଡା ଦୋକାନ ଓ ଗଛ ଛାଇ ତଳେ ରୁଣ୍ଡ ଦେଖଗିବାକୁ ମିଳୁଛି l ଏତିକିବେଳେ କନ୍ଧମାଳ ଜିଲ୍ଲାର ଜଣାଶୁଣା କବି ସାହିତ୍ୟକ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଙ୍କ ମନରେ ଆସିଲା ଏହିପରି ପରିସ୍ଥିତିରେ ଯଦି ପଣା ପାଣି ବ୍ୟବସ୍ଥା କଲେ ଭଲ ହୁଅନ୍ତା ସଂଗେ ସଂଗେ ଯୋଗାଡ଼ କରି ଆରମ୍ଭ ହେଲା କମଳା ପ୍ରକାଶନୀ, ମାଷ୍ଟ୍ରପଡା ପକ୍ଷରୁ ଦହି ପଣା ଆବଣ୍ଟନ କାର୍ଯ୍ୟକ୍ରମ l ଉକ୍ତ ଆବଣ୍ଟନ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡଃ ଅରୂପ କୁମାର ଜେନା, ଶିଳ୍ପ ତାଲିମ କେନ୍ଦ୍ର ଫୁଲବାଣୀ ର ଅଧ୍ୟକ୍ଷ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ବିଶିଷ୍ଠ ସମାଜ ସେବୀ ଅଶୋକ କୁମାର ପରିଡା, ଆଇନଜିବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୂଖ ଉପସ୍ଥିତ ରହି ଦହି ପଣା ଆବଣ୍ଟନ କେନ୍ଦ୍ରକୁ ଶୁଭ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ କୁମାର ମହାନ୍ତି,ଶ୍ରୀମତୀ ସୁରମା ମହାନ୍ତି,ଜିଲ୍ଲା ବନ୍ଦୋବସ୍ତ ଅଫିସର ପ୍ରଫୁଲ୍ଲ କୁମାର ମହାପାତ୍ର,ଡ଼ିଆର ଡ଼ି ଏ ଅଫିସର ଉମାକାନ୍ତ ଉଦଘାତା,କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା, ଉପସଭାପତି ଦୁର୍ଯ୍ୟୋଧନ ପ୍ରଧାନ, ସମ୍ପାଦକ ମନୋଜ କୁମାର ଖାଡାଙ୍ଗା, ଉପଦେଷ୍ଟା ଡ଼ଃ ନୃସିଂହାନନ୍ଦ ମହାପାତ୍ର, ମନୋଜ କୁମାର ଦାସ,ସୁରେନ୍ଦ୍ର ପଟ୍ଟନାୟକ, ସୁନିତା ପଟ୍ଟନାୟକ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ,ଖିତିଶ ମଲ୍ଲିକ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ l ହଜାର ହଜାର ତୁଷାର୍ତ ଦହିପଣା ଆବଣ୍ଟନ କେନ୍ଦ୍ରକୁ ଆସି ତୃଷା ନିବାରଣ କରିଥିଲେ l

ad-week
Leave A Reply

Your email address will not be published.