ଜାତୀୟ ରାଜପଥର ଆଙ୍କୁଲିରୁ ଗଞ୍ଜୁ ଅଣ୍ଡର ପାସ ରାସ୍ତା ମରାମତି ପାଇଁ ସିପିଏମର ବିକ୍ଷୋଭ

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ 40 ନମ୍ବର ୱାର୍ଡର ଆଙ୍କୁଲିରୁ ଶ୍ରୀହରି ନଗର, ଗଙ୍ଗା ନଗର, ଜଳେଶ୍ବର ଖଣ୍ଡି, ଆରୁଆ ପଲ୍ଲୀ, ଗଞ୍ଜୁ,ଗୋଳାବନ୍ଧ,ଧବଳେଶ୍ୱର ସହ ଅନ୍ୟ ଛୋଟ ଛୋଟ ଗାଁ ଗୁଡିକୁ ହଜାର ହଜାର ଲୋକ ଏହି ଅଣ୍ଡର ପାସ ରାସ୍ତା ଦେଇ ଯାତାୟତ କରନ୍ତି। ଏହି ରାସ୍ତାଟି ବହୁ ଦିନ ହେଲା ତିଆରି ହୋଇ ନାହିଁ । ବହୁ ଖାଲ ଖମା ହୋଇ ରହିଛି । ଏହି ରାସ୍ତାରେ ଦୁଇ ଚକିଆ ଗାଡି, ଟ୍ରକ, ଟ୍ରାକ୍ଟର,ବସ ଆଦି ଶହ ଶହ ଗାଡ଼ି ଯିବା ଆସିବା କରେ । ରାସ୍ତା ତିଆରି ନ ହେବା ଯୋଗୁଁ ଦୁଇ ଚକିଆ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ବର୍ଷା ହେଲେ ପାଣି ଜମିବା ଯୋଗୁଁ ଲୋକମାନେ ଚାଲିକରୀ ଯିବା ଆସିବା କ୍ଷେତ୍ରରେ ଅସୁବିଧା ହେଉଛି।ଏହି ରାସ୍ତାଟି BeMC ର 40 ନମ୍ବର ୱାର୍ଡ ମଧ୍ୟରେ ଥିଲେ ମଧ୍ୟ ମହାନଗର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିପରି NH ଏହି ରାସ୍ତାକୁ ମରାମତି ମଧ୍ୟ କରୁନାହାନ୍ତି। ତୁରନ୍ତ ଏହି ରାସ୍ତା ତିଆରି କରିବା ପାଇଁ ସିପିଏମ ପକ୍ଷ ରୁ ଆଜି ରାସ୍ତା ଉପରେ ପ୍ରତିବାଦ କରାଯାଇଛି । ଅତିଶୀଘ୍ର ଏହି ରାସ୍ତା ମରାମତି ନହେଲେ ଜାତୀୟ ରାଜପଥକୁ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପୂର୍ବତନ କାଉନସିଲର ବାବୁଲା ନାୟକ, କେଶବ ଗୌଡ଼, କୃଷ୍ଣ ନାୟକ, ବାଉରୀ ବନ୍ଧୁ ପ୍ରଧାନ,ଆଞ୍ଚଳିକ ସମ୍ପାଦକ ଶିବପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ଓ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.