କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ଓ ପବନ, ଗଛ ପଡି ରାସ୍ତା ଅବରୋଧ

add-all

ହିଞ୍ଜିଳିକାଟୁ ୧୦/୬ : ଶନିବାର ଅପରାହ୍ନରେ ହିଞ୍ଜିଳିକାଟୁ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହ କୁଆପଥର ମାଡ ସାଙ୍ଗକୁ ପବନ ହୋଇଥିଲା । ଏହାର ପ୍ରଭାବରେ ହିଞ୍ଜିଳିକାଟୁ ପୌରାଞ୍ଚଳ ରାଜାସାହି ଛକ ଠାରୁ ବଈଁଚବଣିଆ ଛକ ରାସ୍ତା ପ୍ବାର୍ଶରେ ଥିବା ବଡ ବଡ ଗଛ ଗୁଡିକ ରାସ୍ତା ପ୍ବାର୍ଶରେ ଲୋଟି ପଡିଥିଲା। ଫଳରେ କିଛି ସମୟ ପାଇଁ ୫୯ ନଂ ଜାତୀୟ ରାଜପଥ ଅବରୋଧ ହେବା ସହ ଯାନବାହାନ ଚଳାଚଳ ଵାଧାପ୍ରାପ୍ତ ହୋଇଥିଲା ।‌ ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତା ଅବରୋଧ ହଟାଇଥିଲେ। ସେହିପରି କାଳବୈଶାଖୀ ପ୍ରଭାବରେ ହିଞ୍ଜିଳିକାଟୁ ବ୍ଳକର ଵିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ଛୋଟ ବଡ ଗଛ ଲୋଟି ପଡିଥିବା ସୂଚନା ମିଳିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଦୀର୍ଘ ସମୟ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା।

ad-week
Leave A Reply

Your email address will not be published.