ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଉଦଯାପିତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନିଷ୍ଟାଡିୟମ ପରିସରରେ ଥିବା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ର ଗୃହରେ ଜଗନ୍ନାଥ ପ୍ରଯୋଜନା ଟିମ ଆନୁକୂଲ୍ୟରେ ଚାଲିଥିବା ଗ୍ରୀଷ୍ମ କାଳୀନ ଫୁଟବଲ ଓ ଯୋଗ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅଭିଜ୍ଞ ଯୋଗ ପ୍ରଶିକ୍ଷକ ଶିବ ପ୍ରସାଦ ପ୍ରଧାନ ଓ ଅନ୍ୟ ମାନଙ୍କ ଦ୍ଵାରା ପାଞ୍ଚ ବର୍ଷ ବୟସରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳକ ଓ ବାଳିକା ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।ଏହି ପ୍ରଶିକ୍ଷଣ ଶିବିର ମେ ମାସ ୨୩ ତାରିଖ ଠାରୁ ଆରମ୍ଭ ହୋଇ ଆଗାମୀ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଜଗନ୍ନାଥ ପ୍ରଯୋଜନା ଟିମ ମୁଖ୍ୟ ସୁନିଲ କୁମାର ପାଢି ଙ୍କ ପୌରୋହିତରେ ଆୟୋଜିତ ଶିବିରକୁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ଚନ୍ଦ୍ର ପଲେଇ ମୁଖ୍ୟ ଅତିଥି ଭାଵେ ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥିଭାବେ ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ହିଞ୍ଜିଳିକାଟୁ ଗୋଷ୍ଟି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ଗଞ୍ଜାମ ଜିଲ୍ଲା କ୍ରୀଡ଼ା ସଂଘ ସମ୍ପାଦକ ସିତାରାମ ବେବର୍ତା ଉଦଯାପନୀ ଉତ୍ସବରେ ଯୋଗ ଦେଈଥିଲେ । ଶିବିରରେ ୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥୁଲେ ଅତିଥି ବୃନ୍ଦ। ଏହି କାର୍ଯ୍ୟକ୍ରମକୁ କ୍ରିଡା ଶିକ୍ଷକ ତଥା ପ୍ରଶିକ୍ଷକ ଧିରସମିର ପାଣିଗ୍ରାହୀ, ରଜନୀକାନ୍ତ ସାହୁ, ମୁନା ସାହୁ, ରମେଷ ଚନ୍ଦ୍ର ବେହେରା, ସୁମନ ଦାସ, ଙ୍କ ସମସ୍ତ ଅଭିଭାବକ ପ୍ରମୁଖଯୋଗଦେଇ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.