ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିର ସଭାପତିଙ୍କୁ ବହିଷ୍କୃତ

add-all

ଫୁଲବାଣୀ: ଫୁଲବାଣୀ ସ୍ଥିତ ବିଜୁ କଲ୍ୟାଣ ମଣ୍ଡପରେ ସଭାପତି ନିଜ ମନ ମୁତାବକ କାର୍ଯ୍ୟ ବିଚ୍ଛିନ୍ନ କରୁଥିବା ଯୋଗୁଁ ସେ ସମ୍ପର୍କରେ ପ୍ରଶାସନ ତଥା ଟାଉନ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଜରୁରୀକାଳୀନ ବୈଠକ କରଯାଇଥିଲା ।ଉକ୍ତ ବୈଠକରେ ପାଣ ସମାଜର ବିଭିନ୍ନ ବ୍ଳକ ଯଥାଫିରିଙ୍ଗିଆ ବ୍ଳକ, ଟିକାବାଲି ବ୍ଲକ ଚକାପାଦ ବ୍ଲକ, ଖଜୁରୀପଡା ବ୍ଲକ ଏବଂ ଫୁଲବାଣୀ ବ୍ଳକର ପାଖାପାଖି ୩୫ ନେତୃବୃନ୍ଦ ଉପସ୍ଥିତ ଥିଲେ lଉପସ୍ଥିତ ନେତୃବୃନ୍ଦଙ୍କ ସର୍ଵ ସମ୍ମତି କ୍ରମେ ଉକ୍ତ କମିଟି ପରିଚାଳନା ନିମନ୍ତେ ଅସ୍ଥାୟୀ ସଭାପତି ଭାବେ ଫିରିଙ୍ଗିଆ ବ୍ଲକ ଅଙ୍ଗଦ ବେହେରାଙ୍କୁ ବୈଠକ ପରିଚାଳନା ନିମନ୍ତେ ସଭାପତି ଅନୁମତି ଦିଆଯାଇଥିଲା । ଅସ୍ଥାୟୀ ସଭାପତି ଅଙ୍ଗଦ ବେହେରା ଉକ୍ତ ଦିନ ସଭା ପରିଚାଳନା କରିବା ସହିତ ସମସ୍ତଙ୍କୁ ଠିଆ କରାଇ ଉପସ୍ଥିତ ସମସ୍ତ ସଦସ୍ୟଙ୍କ ମତାମତ ନେଇ ଥିଲେ ।ସମସ୍ତ ବ୍ଲକ ସଭାପତି ଓ ସଦସ୍ୟଙ୍କର ମତାମତ ପରେ ମନମୁଖୀ କରୁଥିବା ସଭାପତି ହିମାଂଶୁ ଦିଗାଲଙ୍କୁ ଆଜିର ବୈଠକରେ ସଭାପତି ପଦରୁ ବହିଷ୍କାର କରାଗଲା ବୋଲି ବୈଠକରେ ଘୋଷଣା କରିଥିଲେ । ଜିଲ୍ଲା ପରିଚାଳନା ନିମନ୍ତେ ପଙ୍କଜ ବେହେରାଙ୍କୁ ନିର୍ଦ୍ଦେଶ ଦେଲେ ଏବଂ ପାଞ୍ଚ ଜଣିଆ କାର୍ଯ୍ୟକାରୀ କମିଟିର ମତାମତ ନେଇଭାବେ କାର୍ଯ୍ୟ କରିବା ପାଇଁ ସ୍ଥିର କରାଗଲା l ଏଥି ସହିତ ରେଜୁଲେସନ କରି ପ୍ରଶାସନ ଓ ଟାଉନଥାନା ଅଧିକାରୀଙ୍କୁ ଦେବା ନିମନ୍ତେ ଅସ୍ଥାୟୀ ସଭାପତି ନିର୍ଦ୍ଦେଶ ଦେଇଥିଲେ l କାରଣ ସଭାପତି ହିମାଂଶୁ ବିଗାଲ କମିଟିରେ ଉପସ୍ଥିତ ନହୋଇ ସମାଜକୁ ନିକର ମନ ମୁତାବକ ଏବଂ ପ୍ରଶାସନ ଓ ଟାଉନଥାନା ଅଧିକାରୀଙ୍କ ଆଦେଶକୁ ମଧ୍ୟ ଅବମାନନା କରୁଥିବାରୁ ତାଙ୍କୁ ଆଜିର ବୈଠକରେ ସଭାପତି ପଦରୁ ବହିସ୍କାର କରାଗଲା । ନୂତନ ସଭାପତିକୁ ଧନ୍ୟ ବାଦ ଦେଇ ସଭାସାଙ୍ଗ କରାଯାଇଥିଲା ।

ad-week
Leave A Reply

Your email address will not be published.