ସରକାରୀ ବାବୁଙ୍କ ପାଇଁ Y- ବ୍ରେକ୍‌; ସିଟ୍‌ରେ ବସି କରିବେ ଯୋଗ

add-all

ନୂଆଦିଲ୍ଲୀ : ଅଫିସ୍‌ରେ କାମ କରି କରି ହାଲିଆ ହୋଇ ପଡ଼ୁଛନ୍ତି ଅଧିକାରୀ ଓ କର୍ମଚାରୀ। ଅତ୍ୟଧିକ କାମ ଚାପ ଯୋଗୁ ସେମାନେ ନିଜ ଶରୀରର ଯତ୍ନ ନେଇ ପାରୁ ନାହାନ୍ତି। ଫଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ଜୀବନ ହାରୁଛନ୍ତି। ଏପରି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି Y – ‍ବ୍ରେକ୍‌ ଅର୍ଥାତ ଯୋଗ ବ୍ରେକ୍‌ । ଏହି
ଏହି ବ୍ରେକ୍‌ ମାତ୍ର ୫ ମିନିଟ୍‌ ପାଇଁ ହୋଇଥିବା ବେଳେ ଏହି ସମୟରେ ବାବୁମାନେ ନିଜ ଚେୟାରରେ ବସିଥିବା ବେଳେ ତଥା ନିକଟରେ ଛିଡ଼ା ହୋଇଥିବା ବେଳେ କିଛି ହାଲକାପୁଲକା ଏକ୍ସରସାଇଜ କରି ନିଜକୁ ପୁଣି ଥରେ ରିଫ୍ରେଶ୍‌ କରି ପାରିବେ। ଏନେଇ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ବିଭାଗକୁ ଗତ ସୋମବାର ନୋଟିସ୍‌ ଜାରି କରାଯାଇଛି।
ଆୟୂଷ ମନ୍ତ୍ରାଳୟ ଅଧୀନରେ ଆସୁଥିବା ମୋରାଜୀ ଦେଶାଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଯୋଗ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ସୁସ୍ଥ ରଖିବାକୁ ଏହି Y – ‍ବ୍ରେକ୍‌ ଯୋଜନା ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସବୁ ବିଭାଗକୁ ଅବଗତ କରାଯାଇ ନୋଟିସ ପଠାଯାଉଛି।
କିଛି ହାଲକାପୁଲକା ଯୋଗ ଆସନକୁ ନେଇ ଏହି Y ବ୍ରେକ୍‌କୁ ଡିଜାଇନ କରାଯାଉଛି। <OK ARD\JL ଆସନ, ପ୍ରାଣାୟମ, ଧ୍ୟାନ ଆଦି ଅନ୍ତର୍ଭୁକ୍ତ ରହିଛି। ଏହାଦ୍ୱାରା ଅଧିକାରୀମାନେ ଖୁବ୍‌ କମ୍‌ ସମୟରେ ନିଜକୁ ରିଫ୍ରେଶ କରି ପାରିବେ ଓ ଫୁଲ୍‌ ଜୋଶରେ ପୁଣି ଥରେ କାମ କରିପାରିବେ।
ନିୟମିତ ଭାବେ ଏହି ଆସନ କରିବା ଦ୍ୱାରା ସରକାରୀ ଅଧିକାରୀ ଏକ ସୁସ୍ଥ ଶରୀରର ଅଧିକାରୀ ହେବା ସହ ନିରୋଗ ରହିପାରିବେ। ତଥା ସେମାନଙ୍କ ଉତ୍ପାଦନକ୍ଷମ ମଧ୍ୟ ବୃଦ୍ଧି ପାଇବ ‍ବୋଲି ଆୟୂଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ମୁଖ୍ୟତଃ ବରିଷ୍ଠ ଅଧିକାରୀଙ୍କ ସବୁ ସମୟ ମିଟିଂରେ ତଥା ଫାଇଲ୍‌ ପାସ୍‌ କରିବାରେ ସରି ଯାଉଥିବା ବେଳେ ସେମାନେ ନିଜ ପାଇଁ ସମୟ ପାଉ ନାହାନ୍ତି। ଏହାଦ୍ୱାରା ସେମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ବୋଲି ଆୟୂଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.