ବିବାହ ଭୋଜିରୁ ଫେରିବା ବେଳେ ବୁଡ଼ିଲା ବୋଟ୍‌, ଶହେରୁ ଊର୍ଦ୍ଧ୍ୱ ମୃତ

add-all

ଲାଗୋସ : ଆଫ୍ରିକୀୟ ଦେଶ ନାଇଜେରିଆରେ ଗତ ସୋମବାର ଏକ ଭୟଙ୍କର ବୋଟ ଦୁର୍ଘଟଣା ଘଟିଛି। ଏଥିରେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ବିବାହ ସମାରୋହରେ ଯୋଗ ଦେଇ ବୋଟରେ ପ୍ରାୟ ୩ଶହ ଲୋକ ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ତାହା ବୁଡ଼ି ଯାଇଥିବା ଜଣାଯାଇଛି। ନର୍ଥ ସେଣ୍ଟ୍ରାଲ କ୍ୱାରା ରାଜ୍ୟର ପଟାଗି ଜିଲ୍ଲାରେ ଏହି ଦୁଃଖଦ ଘଟଣା ଗତକାଲି ଘଟିଛି।
ସୂଚନା ଅନୁଯାୟୀ, କପାଡ଼ା ଅଞ୍ଚଳରେ ଭୀଷଣ ବର୍ଷା ହେତୁ ରାସ୍ତାଘାଟ ପାଣିରେ ବୁଡ଼ି ଯାଇଛି । ଏହା ମଧ୍ୟରେ ଏକ ବିବାହରେ ଯୋଗ ଦେବାକୁ ପ୍ରାୟ ୩ଶହ ଜଣଇଗବୋତୀ ଗାଁକୁ ଯାଇଥିଲେ। ସେଠାରୁ ବିବାହ ସାରି ଫେରିବା ବେଳେ ଭୀଷଣ ବର୍ଷା ହେଉଥିଲା। ତେଣୁ ବୋଟରେ ଫେରିବାକୁ ନିଷ୍ପତ୍ତି ନେଇ ସମସ୍ତେ ଏକ ବୋଟ୍‌ରେ ନାଇଜର ନଦୀ ପାର ହେଉଥିଲେ।
ମାତ୍ର ପ୍ରବଳ ବର୍ଷା ସହ ଅତ୍ୟଧିକ ଲୋଡ ଯୋଗୁ ମଝି ନଦୀରେ ବୋଟଟି ଭାରସାଗ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ସମସ୍ତ ଲୋକ ନଦୀରେ ବୁଡ଼ି ଯାଇଥିବା ବେଳେ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକଙ୍କ ସମେତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପ୍ରାୟ ଶହେରୁ ଊର୍ଦ୍ଧ୍ୱ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜୀବୀତ ଉଦ୍ଧାର କରାଯାଉଛି। ଅନ୍ୟମାନେ ନିଖୋଜ ଥିବା ବେଳେ ସେମାନଙ୍କ ସନ୍ଧାନ କରାଯାଉଥିବା ଉଦ୍ଧାରକାରୀ ଦଳର ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.