ବ୍ଲକସ୍ତରୀୟ ଲୋକକଳା ଦିବସ ପାଳନ…

add-all

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ ଲୋକକଳା ଦିବସ ବୁଧବାର ପଂଚାୟତ ସମିତି ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଏହି ଉତ୍ସବ କୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ ଓ ୬୮ ନଂ ଜିଲ୍ଲାପରିଷଦ ସଭ୍ୟ ଏ ସୁଦର୍ଶନ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ।ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ଵେହେରା ଯୋଗ ଦେଇ ଗ୍ରାମାଂଚଳ ରେ ରହିଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ବାହର କରି ରାଜ୍ୟ ଓ ଜାତୀୟ ସ୍ତର ରେ ପରିଚିତ କରିବା ବ୍ଲକ ସ୍ତରୀୟ ଲୋକକଳା ଦିଵସମ ର ମୁଖ୍ୟ ଉଦ୍ଧେଶ୍ୟ ବୋଲି ମତ ପ୍ରକାଶ କରିଥିଲେ । ନନ୍ଦିକ ଲୋକ କଳା ଗ୍ରାମ ପଞ୍ଚାୟତ ର ତ୍ରିନାଥ ଭୋଳଙ୍କ ନେତୃତ୍ୱରେ ମୃଦଙ୍ଗ ଥଳ, ନନ୍ଦ ପ୍ରଧାନ ଙ୍କ ନେତୃତ୍ୱ ରେ ଘଣ୍ଟସ୍ଥଳ, ଦୁର୍ଗାଵେହେରା ଙ୍କ ନେତୃତ୍ୱରେ ଚାଙ୍ଗୁ ଵାଦ୍ୟ, ସୀମାଞ୍ଚଳ ପରିଡାଙ୍କ ନେତୃତ୍ୱରେ ନାସସଂକୀର୍ତ୍ତନ, ଙ୍କ ସହ ବ୍ଲକ କଳା ସଂସ୍କୃତି ସଂଘ ର ବହୁ କଳାକାର ଙ୍କ ସମାଗମ ରହିଥିଲା । କଳାକାର ମାନେ ନିଜ ନିଜ ର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ କୁ ଵ୍ଳକ କଳା ସଂସ୍କୃତି ସଂଘ ଉପସଭାପତି ସୀମାଞ୍ଚଳ ପଣ୍ଡିତ ପରିଚାଳନା କରିଥିଲେ। କଳାକାରଙ୍କ ଉନ୍ନତି ଓ କଳା କିପରି ବଞ୍ଚି ପାରିବ ଏ ନେଇ ଵ୍ଳକ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ବିଡିଓ ଶ୍ରୀ ଜେନା ସୂଚନା ଦେଇଛନ୍ତି। ନନ୍ଦିକ ସରପଞ୍ଚ କୃଷ୍ଣ ଭୋଳ, ଦାରୁଭଦ୍ରା ପଞ୍ଚାୟତ ସରପଞ୍ଚ ବିକାଶ ସେଠି କଞ୍ଚୁରୁ ପଞ୍ଚାୟତ ସରପଞ୍ଚ ମଦନ ମୋହନ ସେଠୀ ସାସନ ଆମ୍ବ ଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ ଙ୍କ ସମେତ ହିଞ୍ଜିଳିକାଟୁ ବ୍ଲକ ର ସମସ୍ତ କର୍ମକର୍ତା ସମେତ ସମସ୍ତ ସରପଂଚ,ସମିତି ସଭ୍ୟ ଓ ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ

ad-week
Leave A Reply

Your email address will not be published.