ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ପାଣିରେ ପଡ଼ି ବୁଡ଼ି ଗଲେ ଟେକ୍ନିସିଆନ

add-all

ପାରାଦୀପ : ପାରାଦୀପ ବନ୍ଦରରେ ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ଘଟିଛି ଅଘଟଣ। ପାଣିରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ୱାଇ.ଏସ୍ ଅଶୋକ (୩୦)। ତାଙ୍କ ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ।
ମଙ୍ଗଳବାର (ଗତକାଲି) ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆଜି ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ପରେ ଘଟଣାଟି ସାମ୍ନାକୁ ଆସିଛି।
ଡ୍ରେଜିଙ୍ଗ ଜାହାଜ ମରାମତି ବେଳେ ଅଶୋକ ଓ ଅନ୍ୟ ଜଣେ ଟେକ୍ନିସିଆନ ପାଣି ପଡ଼ି ବୁଡ଼ି ଯାଇଥିଲେ। ଜଣଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଭଲ ଅଛି। ତେବେ ଅଶୋକଙ୍କର ମୃତ୍ୟୁ ଘଟିଥିଲା। ମୃତ ଅଶୋକ ଡ୍ରେଜିଙ୍ଗ ଜାହାଜର ସେକେଣ୍ଡ ଅଫିସର ଥିଲେ ବୋଲି ଜଣାପଡ଼ିଛି।
ସେହିପରି ଜଗତସିଂହପୁର ଜିଲ୍ଲା କୁଜଙ୍ଗର ଜଗନ୍ନାଥପୁର ନିକଟରେ ମହାନଦୀରେ ବୁଡ଼ି ଜଣେ ନାବାଳିକା ନିଖୋଜ ହୋଇଯାଇଛନ୍ତି। ନାବାଳିକା ଜଣଙ୍କ ନବମ ଶ୍ରେଣୀର ଛାତ୍ରୀ। ତାଙ୍କ ଘର ଜଗନ୍ନାଥପୁର ଗାଁରେ ବୋଲି ଜଣାପଡ଼ିଛି। ସାଙ୍ଗମାନଙ୍କ ସହ ସେ ଗାଧୋଇବାକୁ ଯାଇଥିଲା। ଗାଧୋଇବା ବେଳେ ଗୋଡ଼ ଯିବାରୁ ସେ ବୁଡ଼ି ଯାଇଥିଲେ ବୋଲି କୁହାଯାଉଛି। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.