ଖେଳିବା ସମୟରେ ପୋଖରୀ‌ ପାଣିରେ ବୁଡ଼ିଲା ଦେଢ଼ବର୍ଷର ଶିଶୁପୁତ୍ର…

add-all

ଜଳେଶ୍ୱର: ଜଣେ ଶିଶୁପୁତ୍ରଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବ‌ାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ସୁଗୋ ପଞ୍ଚାୟତ ଧାନସିମୁଳିଆ ଗ୍ରାମରେ। ସୂଚନା ଅନୁସାରେ ଗତକାଲି ଅପରାହ୍ନରେ ଗ୍ରାମର ସତ୍ୟରଞ୍ଜନ ଦାସଙ୍କ ଦେଢ଼ବର୍ଷର ପୁଅ ବିଷ୍ଣୁପଦ ଘର ଅଗଣାରେ ଖେଳୁଥିଲା। ଏହି ସମୟରେ ସେ ପରିବାର ଲୋକଙ୍କ ଅଲକ୍ଷ୍ୟରେ ନିକଟସ୍ଥ ଏକ ପୋଖରୀରେ ପଡ଼ି ବୁଢ଼ିଯାଇଥିଲା। ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ। ତେବେ ପରେ ଜେଜେମା ଶାନ୍ତିଲତା ପୋଖରୀରେ ନାତି ବିଷ୍ଣୁପଦ ଭାସୁଥିବା ଦେଖି ପାଟି କରିଥିଲେ। ପରିବାର ଲୋକ ବିଷ୍ଣୁପଦଙ୍କୁ ଉଦ୍ଧାର କରି ସଂଗେ ସଂଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍‌ପିଟାଲ୍‌କୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.